ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ଏନଏସି ପାଇଁ ବିଜେଡି ସଭାପତି ଘୋଷଣା କରାଯାଇଛି। ଏଥିରେ ମ.ରାମପୁର ବ୍ଲକ ବିଜେଡି ସଭାପତି ଭାବରେ ଦ୍ୱିତୀୟ ଥର ପାଇଁ ଗୋବିନ୍ଦ ପ୍ରସାଦ ଶତପଥୀଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି। ପୂର୍ବରୁ ମଧ୍ୟ ସେ ଏହି ବ୍ଲକ ସଭାପତି ରହି ସଂଗଠନକୁ ଆହୁରି ସୁଦୃଢ କରିବାରେ ଅନେକ ପଦକ୍ଷେପ ନେଇଥିଲେ। ତାଙ୍କ କାର୍ଯ୍ୟ ଦକ୍ଷତା ପାଇଁ ପୁଣି ଥରେ ତାଙ୍କୁ ଏହି ଦାୟିତ୍ଵ ଦିଆଯାଇଛି। ଏହି ଦାୟିତ୍ଵ ପରେ ସେ ନିଜକୁ ଦଳ ପାଇଁ ଆହୁରି ଅଧିକ ସକ୍ରିୟ ରଖି ବିଭିନ୍ନ କାର୍ଯ୍ୟକ୍ରମ କରିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି। ଏହି ଗୁରୁ ଦାୟୀତ୍ୱ ନିମନ୍ତେ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଫାଇଭ୍-ଟି ଅଧ୍ୟକ୍ଷ ଭି, କାର୍ତ୍ତିକେୟନ ପାଣ୍ଡିଆନ୍, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ନର୍ଲା ବିଧାୟକ ଭୂପିନ୍ଦର ସିଂ, ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, କାର୍ଯ୍ୟକାରୀ ସଭାପତି ଦିବ୍ୟ ଶଙ୍କର ମିଶ୍ର, ରାଜ୍ୟ ସଭା ସାଂସଦ ସୁଜିତ୍ କୁମାର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ଦାୟିତ୍ଵ ପରେ ମ.ରାମପୁର ବିଜେଡି କର୍ମୀ ମହଲରେ ଉତ୍ସାହ ଦେଖିବାକୁ ମିଳିଛି।