ସାନକାର୍ଲି ପ୍ରାଥମିକ ବିଦ୍ୟାଳୟର ଦ୍ଵିତୀୟ ବାର୍ଷିକ ଉତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସରକାରୀ ପ୍ରାଥମିକ ବିଦ୍ୟାଳୟ, ସାନକାର୍ଲିିର ଦ୍ଵିତୀୟ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଏଥିରେ ଲାଞ୍ଜିଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ନମିତାରାଣୀ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ବିଷୟରେ ଦିଗ୍‌ଦର୍ଶନ ଦେବା ସହ ବିଭିନ୍ନ ବିଷୟରେ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଭାବରେ ଗୁଣ୍ଡୁରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ହରପ୍ରିୟୀ ମାଝୀ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

ଅନ୍ୟ ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଢ଼ଳଦେବ ମୁଣ୍ଡ ଓ ଲକ୍ଷ୍ମୀପ୍ରିୟା ମୁଦୁଲି, ଗୁଣ୍ଡୁରୀ ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ପଦ୍ମିନୀ ପୁଝାରୀ, ନାଏବ ସରପଞ୍ଚ, ଭଟାଙ୍ଗପଦର କ୍ଲଷ୍ଟର୍‌ର ସଂଯୋଜକ ମନୋଜ କୁମାର ସାହୁ, ଭାରତଭୂଷଣ ସାହୁ, ଭଟାଙ୍ଗପଦର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଝସକେତନ ପଧାନ, କନର୍ଲା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଦିତ୍ୟ କୁମାର ପଣ୍ଡା, ଜାମଚୁଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ଦାସ, ଗମପେନୁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜିତ ଆଚାର୍ଯ୍ୟ, ଓଡସ୍ତଲା ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ କମଳିନୀ ପଣ୍ଡା, କାବାଙ୍ଗହେଜୁ ପ୍ରଧାନ ଶିକ୍ଷକ ଉମେଶ ମାଝୀ, ବଡଜାମକନା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜ୍ୟୋତିଷ ଚନ୍ଦ୍ର ବେହେରା, ସାନସୋସପଦର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୀଶିତ କୁମାର ପଣ୍ଡା, ରାଣୀକଟା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁଶାନ୍ତ କୁମାର ନାଏକ, ଜନଜାତି ସାଧନ କେନ୍ଦ୍ର ସଂଯୋଜକ ତୁଳାରାମ ମାଝୀ, ଯୁବାଗାଁ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ହିମାଂଶୁ ମେହେର ଓ ଗ୍ରାମବାସୀ ଯୋଗଦାନ କରିଥିଲେ ।

ଏହି ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଜୟନ୍ତ ତାଣ୍ଡି ସଭାପତିତ୍ୱ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରବୀଣ ତାଣ୍ଡି ବିଦ୍ୟାଳୟ ବିବରଣୀ ପାଠ କରିଥିଲେ । ସିଆରସିସି ମନୋଜ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା । ପ୍ରତିଯୋଗୀମାନଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ । ଏହି ଅବସରରେ ବିଇଓଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଭଟାଙ୍ଗପଦର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଉପଢ଼ୌକନ ଦେଇ ସମ୍ମାନୀତ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଦିତ୍ୟ କୁମାର ପଣ୍ଡାଙ୍କୁ ଉପଢ଼ୌକନ ଦେଇ ସମ୍ମାନୀତ କରାଯାଇଥିଲା ।

ସାନକାର୍ଲି ପ୍ରାଥମିକ ବିଦ୍ୟାଳୟରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଲାଞ୍ଜିଗଡ ଠାରେ ନାମ ଲେଖାଇଥିବା ଛାତ୍ରୀ ସଂଧ୍ୟା କରୁଆଁଙ୍କୁ ମଧ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ବର୍ଷ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ର ଜିତାଞ୍ଜୁ କରୁଆଁଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।

ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ତରଫରୁ ବର୍ଣ୍ଣବୋଧ ବହି ବଣ୍ଟନ କରାଯାଇଥିଲା । ଶେଷରେ ବିଦ୍ୟାଳୟର ଶିକ୍ଷକ ଦନାର୍ଦ୍ଦନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ତଥା ଅନ୍ୟ ଛାତ୍ରଛାତ୍ରୀ ନୃତ୍ୟ ପରିବେଷଣ କରିଥିଲେ । ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଉପେନ୍ଦ୍ର ରାଉତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.