ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଫାଇଲେରିଆ ନିରାକରଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଫାଇଲେରିଆ ନିରାକରଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଏଡିପିଏଚଓ ଡ. ରଞ୍ଜନ ମିତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦଘାଟିତ କରିଥିଲେ। ସମ୍ମାନୀତ ଅତିଥି ଭାବରେ ନର୍ଲା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ସାମଲ, ଜିଲ୍ଲା ପରିଷଦ ସଦସ୍ୟା ଲିଲି ଦୀପ ଯୋଗଦାନ କରି ଫାଲେରିଆ ନିରାକରଣ ଓ ଏଥିପାଇଁ ନିୟମାନୁଯାୟୀ ଔଷଧ ସେବନ କରିବା ପାଇଁ ମାର୍ଗଦର୍ଶନ ଦେଇଥିଲେ। ଜ୍ଞାନେନ୍ଦ୍ର ଭୋଇ ମଞ୍ଚ ସଂଯୋଜନା କରିଥିଲେ। ସରକାରଙ୍କ ତରଫରୁ ଫେବ୍ରୁଆରୀ ୧୦ ରୁ ୧୯ ପର୍ଯ୍ୟନ୍ତ ୧୦ ଦିନ ଧରି ଏହି ଅଭିଯାନ ଚାଲିବାକୁ ରହିଛି। ସ୍ୱାସ୍ଥ୍ୟ କର୍ମୀ, ଆଶା ଓ ଅଙ୍ଗନୱାଡ଼ି କର୍ମୀ ମାନେ ଏହି ୧୦ ଦିନ ଧରି ଗାଁ ଗାଁ, ଘରକୁ ଘର ଯାଇ ଫାଇଲେରିଆ ପାଇଁ ମାଗଣାରେ ଔଷଧ ପ୍ରଦାନ କରିବେ। ଫାଇଲେରିଆକୁ ସମୂଳେ ବିନାଶ କରିବା ହେଉଛି ସରକାରଙ୍କ ଏହି ଅଭିଯାନର ଲକ୍ଷ୍ୟ।

Omkar Vasthu
Omkar Vasthu

ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡ. ମିତ୍ର ଯୋଗଦାନ କରି ଫିତା କାଟି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡ. ଅକ୍ଷୟ କୁମାର ଗୋଛାୟତ ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବିପିଏମ୍ ସବୀର ପଧାନ କାର୍ଯ୍ୟକ୍ରମ ପରିଚଳନା କରିଥିଲେ। ଡକ୍ଟର ଲୋରା ଲିପ୍ସା , ଲଳିତ କୁମାର, ସଞ୍ଜୟ ନାଏକ, ମନସ୍ଵିନୀ ପାଣିଗ୍ରାହୀ, ଜ୍ୟୋତିସ୍ମିତା ମହାନ୍ତି ପ୍ରମୁଖ ଡାକ୍ତର ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚଳନା କରିବା ସହିତ ଉପସ୍ଥିତ ବ୍ୟକ୍ତି ମାନଙ୍କ ତାଲିକା ପ୍ରସ୍ତୁତ କରି ସମସ୍ତଙ୍କୁ ଫାଇଲେରିଆ ଔଷଧ ପ୍ରଦାନ କରିଥିଲେ। ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଫାଇଲେରିଆ ନିରାକରଣ ଉଦ୍ଘାଟନୀ ଉତ୍ସବରେ ଶତାଧିକ ବ୍ୟକ୍ତି ଔଷଧ ଖାଇବା ପାଇଁ ଉପସ୍ଥିତ ଥିଲେ। ଫାଇଲେରିଆ ଔଷଧ ବଣ୍ଟନରେ ପିଏଚଇଓ ବିମଳ ଚନ୍ଦ୍ର ଦୀପ, ସୁଧିର କାମ୍ପ, ଫାର୍ମାସିଷ୍ଟ ଶାନ୍ତନୁ ପାଣଗ୍ରାହୀ, ଷ୍ଟାଫ୍ ନର୍ସ ଓ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ  ସହଯୋଗ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.