ନର୍ଲା ସତସଙ୍ଗ କେନ୍ଦ୍ରର ୧୭ମ ପ୍ରତିଷ୍ଠା ଦିବସ ଓ ରତ୍ନମୁଦ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଶିଶୁ ମନ୍ଦିର ଛକ ନିକଟରେ ରହିଥିବା ସତସଙ୍ଗ କେନ୍ଦ୍ରର ସପ୍ତଦଶ ତମ ପ୍ରତିଷ୍ଠା ଦିବସ ସାଙ୍ଗକୁ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୬ତମ ଜନ୍ମ ମହୋତ୍ସବ ମହା ଆଡମ୍ବର ସହକାରେ ରବିବାର ପାଳିତ ହୋଇଯାଇଛି। ଏହା ସହ ନବ ନିର୍ମିତ ଶ୍ରୀ ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଛି। ସତସଙ୍ଗ କେନ୍ଦ୍ରଟିକୁ ସାରା ରାତି ନର୍ଲା ଓ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତ ମାନେ ନୂଆ ବୋହୁ ଭାବରେ ସଜେଇ ଥିଲେ। ବଡି ଭୋରରୁ ହିଁ ଶହସ୍ରାଧିକ ଦୀକ୍ଷାଧାରୀ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ କେନ୍ଦ୍ରରେ ଦେଖିବାକୁ ମିଳିଥିଲା। ପ୍ରତ୍ୟୁଷରୁ ମଙ୍ଗଳ ଆଳତୀ ରୁ କାର୍ଯ୍ୟକ୍ରମର ଅୟମାରମ୍ଭ କରାଯାଇଥିବା ବେଳେ ବ୍ରାହ୍ମ ମୂହୁର୍ତ୍ତରେ ବେଦ ମାଙ୍ଗଳିକ ଓ ନହବତ, ସକାଳ ୫ ଟା ବେଳେ ଉଷାକୀର୍ତ୍ତନ, ୬.୨୬ ରେ ସମବେତ ପ୍ରାର୍ଥନା ଓ ପ୍ରଣାମ, ଉଷାବିନତୀ, ସକାଳ ୯ ଘଣ୍ଟା ସମୟରେ ସଙ୍ଗୀତାଞ୍ଜଳୀ, ୧୦ ଟା ବେଳେ ନଗର ପରିକ୍ରମା, ଏହାପରେ ରତ୍ନମୁଦ କାର୍ଯ୍ୟକ୍ରମ ଓ ପୂର୍ବାହ୍ନ ୧୧.୩୦ ରୁ ସତସଙ୍ଗ ଓ ସଦାଲୋଚନା, ୨ ଟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ, ସନ୍ଧ୍ୟା ୬ ଘଣ୍ଟା ସମୟରେ ସମବେତ ପ୍ରାର୍ଥନା ଓ ସତସଙ୍ଗ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା। ଉଷାକୀର୍ତ୍ତନ ଓ ନଗର ପରିକ୍ରମା ବେଳେ ଗଞ୍ଜାମ ସୋରଡ଼ା ଓ କେସିଙ୍ଗା ବାହାଦୂର ପଦରରୁ ଆସୁଥିବା ସଙ୍କୀର୍ତ୍ତନ ମଣ୍ଡଳୀ ସମସ୍ତଙ୍କର ମନ ମୋହିଥିଲେ। ଏହି ଭବ୍ୟ କାର୍ଯ୍ୟକ୍ରମଟି ଭବାନୀପାଟଣାରୁ ଆସିଥିବା ସହପ୍ରତୀକ ରିତିକ ସରୋଜ କାନ୍ତ ଖମାରୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିବାବେଳେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ଯୋଗଦାନ କରି ନଗର ପରିକ୍ରମାରେ ସାମିଲ ହେବା ସହ ରତ୍ନମୁଦ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଅତିଥି ବୃନ୍ଦ ସତସଙ୍ଗୀ ଭାଇ ଭଉଣୀ ମାନଙ୍କୁ ଉଦବୋଧନ ଦେଇ ଶ୍ରୀଶ୍ରୀ ଠାକୁର ଅନୁକୁଳଚନ୍ଦ୍ର ମାନବ ସମାଜକୁ ଦେଇଥିବା ଦିଗଦର୍ଶନ ଉପରେ ଆଲୋକପାତ କରି ଏକ ହିଂସା ବିହୀନ, ନିଶାମୁକ୍ତ ସୁସ୍ଥ ସମାଜ ଗଠନ ଉପରେ ଆଲୋଚନା କରି ଠାକୁର ଶ୍ରୀ ଶ୍ରୀ ଅନୁକୁଳଚନ୍ଦ୍ରଙ୍କ ଆଶିଷ ଭିକ୍ଷା କରିଥିଲେ। ଭବାନୀପାଟଣାର ସରୋଜ କୁମାର ଖାମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ଇଞ୍ଜିନିୟର ବଟକୃଷ୍ଣ ସାହୁ ଅଧୂର୍ଯ୍ୟ ସମ୍ବଲପୁର, ପ୍ରାରମ୍ଭିକ ଆଲୋଚନା ଡ଼ ପ୍ରଫୁଲ୍ଲଚନ୍ଦ୍ର ସାହୁ, ବାଲେଶ୍ଵର ପଡୋଶୀ ବଲାଙ୍ଗୀର ଜିଲ୍ଲାର ସହ ପ୍ରତି ରିତିକ ପ୍ରମୋଦ କୁମାର ପୃଷ୍ଟି, ଅଧୂର୍ଯ୍ୟ କାହ୍ନୁ ଚରଣ ପଟ୍ଟନାୟକ, ବଲାଙ୍ଗୀର, ସମ୍ବଲପୁରରୁ ଆସିଥିବା ଅଧୁର୍ଯ୍ୟ ମହେଶ୍ୱର ଚକ୍, ଭବାନୀପାଟଣାର ସହ ପ୍ରତୀକ ସୁହାଗ ରଞ୍ଜନ ଖମାରୀ ପ୍ରମୁଖ ଉପସ୍ଥିତ ରହି ମାର୍ଗଦର୍ଶନ ଦେଇଥିଲେ। ନର୍ଲା ସତସଙ୍ଗ ବିହାରର ସଭାପତି ବଟକୃଷ୍ଣ ଡାକୁଆ, ଅଧୁର୍ଯ୍ୟ କର୍ମୀ ଅଧ୍ୟାପକ ସରୋଜ ଜେନା, ଯାଜକ କର୍ମୀ ହୃଷିକେଶ ଭୋଇ, ଚିତ୍ତରଞ୍ଜନ ପଟ୍ଟନାୟକ, ଉପ ସଭାପତି ଶ୍ୱେତ ନାଏକ, କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱରେ ରହିଥିବା ଡ଼ ଶାନ୍ତନୁ ମଜୁମଦାର ପ୍ରମୂଖ ମିଳିତ ଭାବରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଅନେକ ଶ୍ରଦ୍ଧାଳୁ ନୂତନ ଭାବରେ ସତ୍ ମନ୍ତ୍ରରେ ଅଭିମନ୍ତ୍ରୀତ ହୋଇଥିଲେ। ଶେଷରେ ସଂସ୍କାର ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.