ବୀରମହାରାଜପୁର ନୂତନ ବସଷ୍ଟାଣ୍ଡ ଉଦଘାଟିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ବହୁ ପ୍ରତିକ୍ଷୀତ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବସଷ୍ଟାଣ୍ଡ ଆଜି ଉଦଘାଟିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ସଡ଼କ ପରିବହନ ନିଗମର ଆମ ବସଷ୍ଟାଣ୍ଡ ଯୋଜନା ଅଧୀନରେ ବୀରମହାରାଜପୁର ଠାରେ ନବନିର୍ମିତ ଅତ୍ୟାଧୁନିକ ବସଷ୍ଟାଣ୍ଡକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦିନ ୧୧ ଟା ସମୟରେ ଆଭାସୀ ଜରିଆରେ ଉଦଘାଟନ କରିଥିଲେ। ଏନେଇ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ପୂର୍ବତନ ରାଜ୍ୟ ବାଣିଜ୍ୟ ପରିବହନ ଯୋଜନା ଓ ସଂଯୋଜନା ମନ୍ତ୍ରୀ ତଥା ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଉପସ୍ଥିତ ରହି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଫାଇବ୍-ଟି ଅଧ୍ୟକ୍ଷ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ପ୍ରାୟ ୩ କୋଟି ୫୦ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା ନୂତନ ବସଷ୍ଟାଣ୍ଡକୁ ମୁଖ୍ୟମନ୍ତ୍ରୀ ରିମୋଟ ଜରିଆରେ ଫଳକର ଉନ୍ମୋଚନ କରିଥିଲେ। ଓଡିଶା ରାଜ୍ୟ ପୋଲିସ ହାଉସିଂ ବୋର୍ଡର ପ୍ରତ୍ୟକ୍ଷ ତ୍ବତ୍ୟାବଧାନରେ ନିର୍ମାଣ ହୋଇଥିବା ଉକ୍ତ ବସଷ୍ଟାଣ୍ଡ ଯାତ୍ରୀ ମାନଙ୍କ ସୁବିଧା ନିମନ୍ତେ ବିଶେଷ ସହାୟକ ହୋଇ ପାରିବ। ବୀରମହାରାଜପୁର ଠାରେ ଆୟୋଜିତ ଉଦଘାଟନ ଉତ୍ସବରେ ସୁବର୍ଣ୍ଣପୁର ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁପାର ଠେଲା, ଜିଲ୍ଲାପାଳ ଅନ୍ୟା ଦାସ, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ଉପଜିଲ୍ଲାପାଳ ଲଲାଟେନ୍ଦୁ ସି, ଆରଟିଓ ଅକ୍ଷୟ କୁମାର ଜେନା ଆର. ଓଏସଆରଟିସି ଜିଲ୍ଲା ପରିଚାଳକ ମାନସୀ ଲକ୍ଷ୍ମୀ, ବିଡିଓ ରଘୁନାଥ ପାଣିଗ୍ରାହୀ, ତହସିଲଦାର ଅମୃତଲାଲ ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜିତ କୁମାର ରଥ, ଶୟମ୍ଭୁ ନାଥ ଖଣ୍ଡଗିରି,କିଶୋର ହୋତାଙ୍କ ସମେତ ସରପଞ୍ଚ, ସମିତି ସଭ୍ୟ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ବୃନ୍ଦ, ବୀରମହାରାଜପୁର ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.