ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ସହର ସ୍ଥିତ ମିନି ଷ୍ଟାଡିଅମ ଠାରେ ଚଳିତ ବର୍ଷ ପଲ୍ଲିଶ୍ରୀ ମେଳା ଶୁଭ ଉଦଘାଟନ ହୋଇଯାଇଛି | ଏହି ଉଦ୍ଘାଟନୀ ଉତ୍ସବରେ ରାଜ୍ୟ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ଜିଲ୍ଲା ପରିଷଦ ଅଧକ୍ଷା ଡଲି ମାଝୀ, ଜିଲ୍ଲା ପରିଷଦ ଉପାଧକ୍ଷା ଦୀପିକା ଦୀପ, ଜିଲ୍ଲା ପରିଷଦ ସଦସ୍ୟ ଭାନୁ ପ୍ରତାପ ସିଂ ମାଝୀ, ନୂଆପଡା ବ୍ଲକ ଅଧକ୍ଷା ତାରେଶ୍ବରୀ ସାହୁ, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ | ଜିଲ୍ଲାପ୍ରଶାସନ ଏବଂ ଓରମାସ ଦ୍ୱାରା ଆୟୋଜିତ ଏହି ପ୍ରଦର୍ଶନୀ ମେଳାରେ ବିଭିନ୍ନ ସରକାରୀ ବିଭାଗ ଦ୍ୱାରା, ହସ୍ତ ଓ ବୟନ କୌଶଳର ସାମଗ୍ରୀ ଷ୍ଟଲ, ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଷ୍ଟଲ ଏଥିରେ ସାମିଲ ରହିଛି | ଉଦ୍ଘାଟନୀ ଦିନରୁ ହିଁ ଏହି ପ୍ରଲ୍ଲିଶ୍ରୀ ମେଳାରେ ସ୍ଥାନୀୟ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି | ତେବେ ଏହି ପଲ୍ଲିଶ୍ରୀ ମେଳା ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ଧରି ଅନୁଷ୍ଠିତ ହେବ |




