ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): ଥୁଆମୂଳ ରାମପୁର ବ୍ଲକ ଡୁମେରପଦର ପଞ୍ଚାୟତରେ ‘ଆମ ଓଡିଶା ନବୀନ ଓଡିଶା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଡୁମେରପଦର ସରପଞ୍ଚଙ୍କ ଅନୁପସ୍ଥିତିରେ ସ୍ଥାନୀୟ ନାଏବ ସରପଞ୍ଚ ପ୍ରସନ୍ନ କୁମାର ନାଏକ ଅଧ୍ୟକ୍ଷତା କରିଥିଲେ। ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଦଯାନିଧି ମାଝୀ ଏବଂ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ପ୍ରମିଳା ମାଝୀ, ସ୍ଥାନୀୟ ସମିତି ସଭ୍ୟ ରାଇଦାସ ନାଏକ, ତଳଝାପି ସରପଞ୍ଚ ସୋଭାସିଂ ମାଝୀ, ସାମାଜିକ ସୁରକ୍ଷା ଅଧିକାରୀ ସୁନାରାମ ସୋରେନ, ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ। ପୋଲିସ ପ୍ରଶାସନ ସମେତ ପଞ୍ଚାୟତର ଆଦର୍ଶ ଅଙ୍ଗନବାଡି, ଆଶା କର୍ମୀ ସମାଜସେବୀ ତଥା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ସଚେତନତା ପ୍ରଦର୍ଶନୀ ଷ୍ଟଲ ଲାଗିଥିଲା। ଏଥିରେ ପଞ୍ଚାୟତର ଶତାଧିକ ଲୋକେ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ତଥା କନିଷ୍ଠ ଯନ୍ତ୍ରୀ ମଳୟ କୁମାର ସତପଥିଙ୍କ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ପଞ୍ଚାୟତର ନିର୍ବାହୀ ଅଧିକାରୀ ପ୍ରେମଚାନ୍ଦ ରଣା। ପଞ୍ଚାୟତର ନାଏବ ସରପଞ୍ଚ ପ୍ରସନ୍ନ କୁମାର ନାଏକ, ଗ୍ରାମ ରୋଜଗାର ସେବକ ଲଛମନ ନାଏକଙ୍କ ସମେତ ଉକ୍ତ ପଞ୍ଚାୟତର ସମସ୍ତ ଓ୍ବାର୍ଡ ସଭ୍ୟ ସଭ୍ୟା ସହଯୋଗ କରିଥିଲେ।







