କେ.ଏସ୍.ଏସ୍. ମହିଳା ଶାଖା ତରଫରୁ ନୂଆପଡା ମାଟିର ଗୌରବ ଶାଳିନୀ ସାହୁଙ୍କୁ ସମ୍ବର୍ଦ୍ଧନା

ନୂଆପଡା,୧୮/୬ : ସୋମବାର ସନ୍ଧ୍ୟାରେ ସଦର ବ୍ଲକର ଖରିଆର ରୋଡ ସ୍ଥିତ ଟାଉନ ହଲ ଠାରେ କେ.ଏସ.ଏସ (ଖରିଆର ରୋଡ ସେବା ସମିତି )ର ମହିଳା ଶାଖା ଦ୍ୱାରା ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇ ଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ଶାଳିନୀ ସାହୁଙ୍କୁ ମୁଖ୍ୟ ରୂପେ ଆମନ୍ତ୍ରଣ କରାଯାଇ ତାଙ୍କୁ ସମ୍ମାନିତ କରା ଯାଇଥିଲା । ପ୍ରକାଶ ଯେ ଶାଳିନୀ ସାହୁ ଚଳିତ ମାସ ୩ ତାରିଖରେ କାନାଡ଼ାରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ମହିଳା ସମ୍ମିଳନୀକୁ ଯାଇ ସେଠାରେ ବିଶ୍ୱ ଦରବାରରେ ଭାରତର ପ୍ରତିନିଧିତ୍ବ କରିଥିଲେ ଓ ୬ତାରିଖ ରେ ସେଠାରୁ ଫେରି ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଶାଳିନୀ ମହିଳା ଶସକ୍ତିକରଣ, ଋତୁସ୍ରାବ ସ୍ଵଛତା, ବାଲ୍ୟ ବିବାହ ରୋକିବା ଭଳି ଅନେକ କାମ କରନ୍ତି ଯାହା ବର୍ତମାନ ସମାଜ ରେ ନାରୀ ଙ୍କ ପାଇଁ ନିତାନ୍ତ ହୋଇ ପଡିଛି । ଏହି କାର୍ଯ୍ୟକ୍ରମରେ କେ.ଏସ.ଏସ ମହିଳା ଶାଖା ସଭାପତି ଅର୍ଚନା ଗୁପ୍ତା, ସାଧାରଣ ସମ୍ପାଦକ ନେହା ଡାଗା, ସୁରଭି ପାଣିଗ୍ରାହୀ, ପ୍ରିୟଙ୍କା ମାର ର୍ଗ୍ରେଟ, ହେମା ବର୍ମା, ଏମ.ଲଷ୍ମୀ ଆଚରି, ଜୟା ମଲାନି, ଆଶୀ କାଳିଆ, ମମତା କାଳିଆ, ଶାହିଦା ଶେଖାନୀ ପ୍ରମୁଖ ଉପସ୍ଥିତ ଥିଲାବେଳେ ପ୍ରେମଚନ୍ଦ୍ ଡାଗା, ରାଜେଶ ନିଗମ, ରାକେଶ ଅଗ୍ରୱାଲ, ପ୍ରକାଶ ଅଗ୍ରୱାଲ, ପ୍ରଦୀପ ଜୈନ, ରମେଶ ଅଗ୍ରୱାଲ ପ୍ରମୁଖ ମଞ୍ଚାସିନ ଥିଲେ । କେ.ଏସ.ଏସ. ସଭାପତି ନିଶାନ୍ତ ଡାଗା (ବଣ୍ଟି ଡାଗା ) ସଭ୍ୟ ତଥା ପଦାଧିକାରୀ ନରସିଂ ନାୟକ, କ୍ରିଷ୍ଣା ସାହୁ, ଲୋକେଶ ଯାଦବ, ଜୋହନ ବିଭାର, ଗଣେଶ ଠାକୁର, ଅନ୍ ଯୋର ଯାଦବ, ଶନ୍ତରାମ ପଟୱ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Udyog Nursery
Udyogi Nursery

 

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.