କାରିଗର ଓ ଉଦ୍ୟୋଗୀ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ଶିଳ୍ପ ନିର୍ଦ୍ଦେଶାଳୟଠାରେ କାରିଗର ଓ ଉଦ୍ୟୋଗୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଳାର ବେରୋଜଗାର ଯୁବକଯୁବତୀଙ୍କ ଆତ୍ମନିଯୁକ୍ତି ନିମନ୍ତେ ଶିଳ୍ପଦ୍ୟୋଗୀ ସଚେତନତା କାର୍ଯ୍ୟକ୍ରମ -୨୦୨୪ ସଂପର୍କରେ ଆଲୋଚନା କରାଯାଇଥିଲା। ଜିଲ୍ଳାର ୫ଟି ବ୍ଳକ ସମେତ ରାୟଗଡା ପୈାରାଂଚଳରୁ ମୋଟ ୩୦ଜଣ ଆଗ୍ରହୀ ଉଦ୍ୟୋଗୀମାନେ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ରାୟଗଡା ଜିଲ୍ଳା ଶିଳ୍ପ କେନ୍ଦ୍ର ଜେନେରାଲ ମ୍ୟାନେଜର ବିଜୟ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇପିଓ ଅଂଶୁମାନ ବେହେରା, ସୁନୀଲ କୁମାର ପ୍ରଧାନ, ଡିଆଇପିଏ ଯୋଗଦାନ କରିଥିବା ବେଳେ ୱିନର୍ସ ଇନଷ୍ଟିଟ୍ୟୁସନ୍ ଅଫ୍ ଭୋକେସନାଲ ଟ୍ରେନିଂ ରାୟଗଡାର ପ୍ରକଳ୍ପ ସଂଯୋଜକ ଚୈତନ୍ୟ ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ମଂଚାସୀନ ଅତିଥିମାନେ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିବା ସହ ଫେବୃଆରୀ ୧୬ ତାରିଖରୁ ଆସନ୍ତା ୨୭ତାରିଖ ପର୍ଯ୍ୟନ୍ତ ୧୨ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଦକ୍ଷତା ବିକାଶର ମୂଳ ଉଦ୍ଦେଶ୍ୟ ଏବଂ ହିତାଧିକାରୀମାନଙ୍କର ଇଚ୍ଛା ଶକ୍ତିର ଯୁକ୍ତାତ୍ମକ ଚିନ୍ତାଧାରାକୁ ଆଗେଇ ନିଜ ନିଜର ଚିହ୍ନଟ କରିଥିବା ଉଦ୍ୟୋଗକୁ ସଫଳ ରୂପାୟନ କରିବା ପାଇଁ ଉତ୍ସାହିତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.