ଦର୍ଲିପଡା ଠାରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା କୋମନା ବ୍ଲକ ଦର୍ଲିପଡା ପଂଚାୟତରେ ଆମ ଓଡିଶା ନବୀନ ଓଡିଶାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | କୋମନା ବିଡ଼ିଓ ହିତାଂଶୁ ଶେଖର ସାମଲଙ୍କ ତତ୍ୱାବଧାନରେ ଏବଂ ଦର୍ଲିପଡା ପିଇଓ ମନଧର ବଗର୍ତ୍ତୀଙ୍କ ଅଧକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜୋନ -୧ ଜିଲ୍ଲା ପରିଷଦ ସଭ୍ୟ ମୁରଲୀ ଭୋଇ, ସ୍ଥାନୀୟ ସରପଞ୍ଚ ରଂଜିତ ସୁନାନୀ, ସିଆଲଟି ସରପଞ୍ଚ କାଳିଆ ପ୍ରଧାନ, ସ୍ଥାନୀୟ ସମିତି ସଭ୍ୟା ନବାସିନୀ ଧରୁଆ, ସମାଜସେବୀ ଦୁର୍ଗା ପ୍ରସାଦ ନାୟକ, ନାଏକ ସରପଞ୍ଚ ରମେଶ୍ୱରୀ ସାହୁ ପ୍ରମୁଖ ଯୋଗ ଦେଇ ମଂଚାସୀନ ଥିଲେ | ସ୍ଥାନୀୟ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ପ୍ରଦର୍ଶନ କରାଯାଇଥିଲା | ଲୋକଙ୍କୁ ସଚେତନତା କରିବା ପାଇଁ ବିଭିନ୍ନ ବିଭାଗର ଦ୍ୱାରା ପ୍ରଦର୍ଶିନୀ ଷ୍ଟଲ କରାଯାଇଥିଲା | ପଂଚାୟତର ସମସ୍ତ ୱାର୍ଡ ମେମ୍ବର, ଅଙ୍ଗନବାଡି କର୍ମୀ, ଆଶା ଓ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ଏହି କାର୍ଯ୍ୟକ୍ରମରେ ବିଶେଷ ଭାବେ ସହଯୋଗ କରିଥିଲେ | ସ୍ଥାନୀୟ ସମାଜସେବୀ ହରିଶ ଅହୀର ମଞ୍ଚ ପରିଚାଳନା କରିଥିବା ବେଳେ ଜିଆରଏସ ଉପେନ୍ଦ୍ର କୁମ୍ଭାର ବିଶେଷ ଭାବେ ସହଯୋଗ କରିଥିଲେ | ତେବେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଏବଂ ନିଜର ପଂଚାୟତରେ ହୋଇଥିବା ବିକାଶଧାରା ବିଷୟରେ ଲୋକଙ୍କୁ ସଚେତନକରାଇବା ହଁ ଏହି କାର୍ଯ୍ୟକ୍ରମର ମୂଳ ଉଦେଶ୍ୟ | ସାମାଜିକ ବିକାଶକୁ ଗୁରୁତ୍ୱ ଦେଉଥିବାରୁ ଲୋକଙ୍କ ସମସ୍ୟାର ସମାଧାନ ହେବା ସମ୍ପୂର୍ଣ ଭାବେ ସମ୍ଭବ ବୋଲି ଅତିଥିଗଣ ମତ ପ୍ରକାଶ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.