ଲଖନା ଓ ଜଡ଼ାମୁଣ୍ଡା ଠାରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା କୋମନା ବ୍ଲକ ଲଖନା ଓ ଜଡ଼ାମୁଣ୍ଡା ପଂଚାୟତରେ ଆମ ଓଡିଶା ନବୀନ ଓଡିଶାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | କୋମନା ବିଡ଼ିଓ ହିତାଂଶୁ ଶେଖର ସାମଲଙ୍କ ତତ୍ୱାବଧାନରେ ଏବଂ ଲଖନା ପିଇଓ ବରୁଣ ଦାଶଙ୍କ ଅଧକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଅବନୀ ରଞ୍ଜନ ଯୋଶୀ, କୋମନା ପଂଚାୟତ ସମିତି ଅଧକ୍ଷା ଅନୁସୂୟା କୁମ୍ଭାର, ସମିତିସଭ୍ୟା ଫୁଲ ତାଣ୍ଡି , ନାଏକ ସରପଞ୍ଚ ପଦ୍ମିନୀ ସୁନାନୀ, ସମାଜସେବୀ ଗୋବର୍ଧନ ନାୟକ, ରଫିକ ମହମ୍ମଦ ପ୍ରମୁଖ ଯୋଗ ଦେଇ ମଂଚାସୀନ ଥିଲେ| ପ୍ରତାପ ମେଲୋଡି ଗ୍ରୁପ ଦ୍ୱାରା ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା | ସେହିପରି ଜଡ଼ାମୁଣ୍ଡା ଠାରେ ମଧ୍ୟ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | କୋମନା ବିଡ଼ିଓ ହିତାଂଶୁ ଶେଖର ସାମଲଙ୍କ ତତ୍ୱାବଧାନରେ ଏବଂ ପିଇଓ ନରେଶ ସାହୁଙ୍କ ଅଧକ୍ଷତାରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ଉପାଧକ୍ଷା ଦୀପିକା ଦୀପ, କୋମନା ପଂଚାୟତ ସମିତି ଅଧକ୍ଷା ଅନୁସୂୟା କୁମ୍ଭାର, ଉପାଧକ୍ଷ ଜୟଦେବ ପ୍ରଧାନ, ସ୍ଥାନୀୟ ସରପଞ୍ଚ ପ୍ରେମଶିଳା ମାଝୀ, ସମିତି ସଭ୍ୟ କନସନ ଧରୁଆ, ମାନିଗୁଡା ସରପଞ୍ଚ ବିରାଟ ବାଗ, କୁରେଶ୍ୱର ସରପଞ୍ଚ ବିଜୟଲକ୍ଷ୍ମୀ ବରାଳ, ନାୟକ ସରପଞ୍ଚ ଲଳିତ ମାଝୀ, ପ୍ରମୁଖ ଉପସ୍ଥିତ ରହି ମଂଚାସୀନ ଥିଲେ | ସ୍ଥାନୀୟ ସମାଜସେବୀ ମୁକେଶ ଦଣ୍ଡସେନା ମଞ୍ଚ ପରିଚାଳନା କରିଥିଲେ | ଜିଆରଏସ ରାଜେନ୍ଦ୍ର ବାଗ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ | ଏହି କାର୍ଯ୍ୟକ୍ରମ ବିଭିନ୍ନ ଅନୁଷ୍ଠାନ ସ୍ଥାନୀୟ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ନୃତ୍ୟ ପରିବେଶଣ କରିଥିଲେ | ତେବେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଏବଂ ନିଜର ପଂଚାୟତରେ ହୋଇଥିବା ବିକାଶଧାର ବିଷୟରେ ଲୋକଙ୍କୁ ସଚେତନତା କରାଇବା ହିଁ ଏହି କାର୍ଯ୍ୟକ୍ରମର ମୂଳ ଉଦେଶ୍ୟ | ସାମାଜିକ ବିକାଶକୁ ଗୁରୁତ୍ୱ ଦେଉଥିବାରୁ ଲୋକଙ୍କ ସମସ୍ୟାର ସମାଧାନ ହେବା ସମ୍ପୂର୍ଣ ଭାବେ ସମ୍ଭବ ବୋଲି ଅତିଥିଗଣ ମତ ପ୍ରକାଶ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.