ବାଇକ ଦୁର୍ଘଟଣା, ଜଣେ ଗୁରୁତର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ୨୬ନମ୍ବର ଜାତୀୟ ରାଜପଥର କୋକସରା ଥାନା ଡଙ୍ଗରୀଗୁଡା ନିକଟରେ ଶନିବାର ଏକ ବାଇକକୁ ଅନ୍ୟ ଏକ ବାଇକ୍ ପଛପଟୁ ଆସି ଧକ୍କା ଦେଇଛି। ଫଳରେ ବାଇକରେ ଥିବା ବାଟିଗୁଡାର ଡିଙ୍ଗର ଦଳପତି (୭୦) ଗୁରୁତର ହୋଇଥିବା ଜଣାପଡ଼ିଛି। ବୃଦ୍ଧ ଡିଙ୍ଗର ଦଳପତି ଆଜି ନିଜ ଗାଁରୁ ଡଙ୍ଗରୀଗୁଡା ପ୍ରହରୀ ଦେଖି ଆସିଥିଲେ। ତେବେ ଏହି ସମୟରେ ପ୍ରହରୀ ଗେଟ୍ ପାଖାପାଖି ରାସ୍ତାରେ ତାଙ୍କ ବାଇକକୁ ପଛପଟୁ ଜଣେ ବାଇକ ଚାଲାକ ଜୋରରେ ଧକ୍କା ଦେଇଥିଲ। ଫଲରେ ସେ ଛିଟିକି ପଡ଼ିଥିଲେ। ଏହି ସମୟରେ ଦୁର୍ଘଟଣା ଘଟାଇ ଥିବା ବାଇକ୍ ଚାଳକ ଫେରାର ହୋଇ ଯାଇଥିବାବେଳେ କୋକସରା ଡ୍ରାଇଭର ମହାସଂଘର ଲାଲା ପଟ୍ଟନାୟକ, ଶରତ ଚନ୍ଦ୍ର ଗୋପାଳ ଓ କାହ୍ନା ବାଗ ଉକ୍ତ ବୃଦ୍ଧ ଜଣକୁ ଉଦ୍ଧାର କରି କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଥିବା ଓ ବୃଦ୍ଧଙ୍କ ଗୋଡ ଭାଙ୍ଗି ଯାଇଥିବାରୁ ତାଙ୍କୁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଡାକ୍ତର ସ୍ଥାନାନ୍ତର କରିଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.