ଭୁତ ସରସିଙ୍ଗିଠାରେ ଖଲ୍ଲିକୋଟ ରାଣୀମାଙ୍କ ସ୍ମୃତି ଚାରଣ ସଭା

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକର ଭୁତ ସରସିଙ୍ଗି ହାଇସ୍କୁଲ ପରିସରରେ ସ୍ଥାନୀୟ ସରପଞ୍ଚ ମନୋଜ ଦାଶ ଙ୍କ ସଂଯୋଜନା ଏବଂ ବ୍ଲକ ସଭାପତି ଚିତ୍ତ ରଞ୍ଜନ ପାଣିଗ୍ରାହୀ ଙ୍କ ସଭାପତିତ୍ୱ ଓ ଯୁବ ନେତା ତଥା ରାଣୀମାଙ୍କ ଅତି ଘନିଷ୍ଠ ତଥା ପ୍ରଶଂସକ ସୀତାରାମ ପାଣିଗ୍ରାହୀ ଙ୍କ ନେତୃତ୍ୱ ରେ ଆଜିର ଏହି ନବମ ଦିନ ରେ ରାଣୀମାଙ୍କ ଫୋଟ ରେ ପୁଷ୍ପ ମାଲ୍ୟ ପ୍ରଦାନ ସହିତ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବୈଠକ ଆରମ୍ଭରେ ଷ୍ଟେଜ ରେ ବେନେର ଓ ଫୋଟରେ ଯେପରି ରାଣୀମା ଙ୍କ ସଦ୍ୟ ପ୍ରସ୍ପୁଟିତ ପ୍ରତିମୂର୍ତ୍ତି ଦେଖି ଉପସ୍ଥିତ ଜନତା ନେତା, ଭାବ ବିହ୍ଵକ ହୋଇ କାନ୍ଦି ପକାଇ ଥିଲେ | ଖଲ୍ଲିକୋଟ ର ରାଣୀମା ତଥା 10 ଥର ର ଅପ୍ରତିଦ୍ବନ୍ଦି ବିଧାୟିକା ଭାବେ ସେ ଓଡିଶା ବିଧାନସଭାରେ ଚିର ସ୍ମରଣୀୟ ହୋଉ ରହିବେ | ସେ ଖାଲି ରାଣୀ ନଥିଲେ ଜଣେ ମହିୟସୀ ମା ରୂପରେ ସମସ୍ତ ଙ୍କ ପାଖରେ ପରିଚିତ ଥିଲେ |

Udyog Nursery
Udyogi Nursery

ଶିକ୍ଷା, କୃଷି, ରାଜନୀତି ସହିତ ପରୋପକାରୀ ଓ ଜନ ସେବାରେ ସବୁବେଳେ ବ୍ରତୀ ହୋଇ ଥିଲେ | ସମସ୍ତେ ଭାବୁଥିଲେ କି ରାଣୀ ମା ସତେ ଯେପରି ଜୀବିତ, କିନ୍ତୁ ଦୁଃଖର ବିଷୟ ଏୟାଜେ ସେ ଆଜି ତାଙ୍କର ଆତ୍ମୀୟ, ସ୍ୱଜନ ବନ୍ଧୁ ଶୁଭେଛୁ ମାନଙ୍କୁ ଛାଡି ଆର ପାରିରେ | ତେଣୁ ତାଙ୍କ ର ନବମ ଦିନରେ ସେ କରିଥିବା ଶିକ୍ଷା କ୍ଷେତ୍ର ପରିସରରେ ସ୍ମୃତି ଚାରଣ ସଭା ସହିତ ତାଙ୍କ ଫୋଟ ରେ ଉପସ୍ଥିତ ନେତା, କର୍ମୀ, ଓ ଜନତା ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେଡି ଉପସଭାପତି ଦିଗାମ୍ବର ପାଣିଗ୍ରାହୀ, ପୂର୍ବତନ ବ୍ଲକ ଅଧକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା, ପୂର୍ବତନ ବ୍ଲକ ଅଧକ୍ଷ ଲିଙ୍ଗରାଜ ସାହୁ,ସିଏଚ ନୂଆଗାଁ ର ସମିତି ସଭ୍ୟା ଆଭା ପରିଡା, ଯୁବ ଆଇନ ଯିବି ସ୍ୱରାଜ୍ୟ ପାଣିଗ୍ରାହୀ, କବିସୂର୍ଯ୍ୟ ନଗର ପୂର୍ବତନ ବ୍ଲକ ଅଧକ୍ଷ ପିତାମ୍ବର ସେଠୀ, 36 ନଂ ଜିଲ୍ଲା ପରିଷଦ ସଦସ୍ୟ ଭଜ ମନ ବେହେରା, ଖରିଡ଼ା ସରପଞ୍ଚ ରମେଶ ଦଳେଇ, ସୁନାଥର ସରପଞ୍ଚ ଅନିଲ ନାହାକ, ଆଛୁଲି ସରପଞ୍ଚ ସୁଧାକର ଗୌଡ଼, ପାଣ୍ଡିଆ ସମିତି ସଭ୍ୟ ସିମାଞ୍ଚଳ ଗୌଡ଼, ଙ୍କ ସହିତ ବହୁତ ମହିଳା ନେତ୍ରୀ, କର୍ମୀ ସ୍ଥାନୀୟ ପଞ୍ଚାୟତ ଓ ବ୍ଲକର କର୍ମୀ ନେତା ଓ ରାଣୀମାଙ୍କ ଶୁଭେଛୁ, ପ୍ରଶଂସକ, ମାନେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ହୋଇ ଥିଲେ |

ମଞ୍ଚାସିନ ଅତିଥି ମାନେ ରାଣୀମାଙ୍କ ସ୍ମୃତି ଚାରଣ ବେଳେ ଏବଂ ତାଙ୍କ ସହିତ ନିଜର ଅନୁଭୂତି କହିଲା ବେଳେ ଲୁହ ଛଳ, ଛଳ ହୋଇ ଯାଉ ଥିଲେ | କଣ୍ଠ ବାଷ୍ପ ରୋଧ ହୋଇ ଯାଉଥିଲା | ତାଙ୍କ ଭଳି ଜଣେ ଆଦରଣୀୟ ମହିଳା ଙ୍କ ବିୟୋଗ ରେ ସମସ୍ତେ ଆଜି ଦୁଃଖିତ ଓ ବ୍ୟଥିତ, ସମସ୍ତେ ତାଙ୍କର ଅମର ଆତ୍ମାର ସଦଗତି କାମନା ପାଇଁ ଜଗନ୍ନାଥ ଙ୍କ ନିକଟରେ ପାର୍ଥନା କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.