ମାଘ୍ ବର୍ଷା ଚଷା ହସା, ଚଇତ୍ ବର୍ଷା ଗହରେନ ହସା

ଓଡ଼ିଶାରେ ଏକ ଲୋକକ୍ତି ହେଉଛି – ‘ମାଘ୍ ବର୍ଷା ଚଷା ହସା, ଚଇତ୍ ବର୍ଷା ଗହରେନ ହସା’। ମାଘ ମାସରେ ଶିତ ରହି ବର୍ଷାର ନାଁ ଗନ୍ଧ ନଥାଏ। ଯଦି ଏହି ସମୟରେ ବର୍ଷାଟିଏ ହୁଏ ତେବେ ଚାଷୀର ବହୁତ ଉପକାରରେ ଆସେ। ଚାଷୀ ଜମିକୁ ଚଷି ଖରିପ ଚାଷ ପାଇଁ ପ୍ରସ୍ତୁତ ହୁଏ। ମାଘ ମାସରେ ଦୁଇ ଓଡ ଚଷିଥିଲେ ଆଗକୁ ଖରାର ସଂସ୍ପର୍ଶରେ ଆସି ଜମିର ଲଟା ବୁଦା ସବୁ ମରିଯାଏ। ଏହାପରେ ଜମିରେ ଗୋରୁଖତ ଦିଆଯାଏ। ଏସବୁକୁ ନେଇ ଚାଷୀ ମୁହଁରେ ହସ ଖେଳି ଯାଇଥାଏ। ସେହିପରି ଭାବେ ଚଇତ ମାସରେ ବର୍ଷା ହେଲେ ଘାସ ଉଠି ଗାଈଗୋରୁ ଚରିବା ପାଇଁ ସୁବିଧା ହୁଏ। ତେଣୁ ଚଇତ ମାସରେ ବର୍ଷା ହେଲେ ଗଉଡୁଣି ମୁହଁରେ ହସ ଲାଖି ରହିଥାଏ ବୋଲି କୁହାଯାଏ। ଏବେ ଚାଷ ପଦ୍ଧତି ବଦଳିଛି। ଚାରଣ ଭୂମିରେ ଅଭାବ ସହ କୃଷି ଯନ୍ତ୍ରପାତି ବ୍ୟବହାର ଯୋଗୁଁ ଗୋବଂଶ ହ୍ରାସ ପାଇଛି କିନ୍ତୁ ଗ୍ରାମାଞ୍ଚଳରେ ଆଜିବି ଏହି ଲୋକକ୍ତି ବଞ୍ଚି ରହିଛି। ବର୍ତ୍ତମାନର ସମୟରେ ଓଡ଼ିଶା ସରକାରଙ୍କ ବିଭିନ୍ନ ଯୁଗପୋଯୋଗୀ ଯୋଜନା ଯୋଗୁଁ ଚାଷୀ ମୁହଁରେ ହସ ଲାଖି ରହିଛି। ଓଡ଼ିଶାରେ ଖରିଫ ଋତୁ ପାଇଁ ଫସଲବୀମା ପ୍ରିମିୟରର ଅଂଶ ବହନ କରିବାକୁ ନିଷ୍ପତି ନେଇଛନ୍ତି। ସ୍ଥାୟୀ କୃଷି ପ୍ରଣାଳୀକୁ ସମର୍ଥନ କରିବା ଏବଂ ରାଜ୍ୟର କୃଷକଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାର ଅଂଶ ସ୍ବରୂପ ଏହି ନିଷ୍ପତି ନିଆଯାଇଛି। ଫସଲବୀମାର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ସ୍ଥାୟୀ କୃଷି ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଏବଂ ଅପ୍ରତ୍ୟାଶିତ ଘଟଣା ଯୋଗୁଁ ଫସଲ ହାନି କିମ୍ବା କ୍ଷତିର ସମ୍ମୁଖିନ ହେଉଥିବା କୃଷକମାନଙ୍କ ଆର୍ଥିକ ସହାୟତା ପ୍ରଦାନ କରିବା। ପୂର୍ବରୁ ଖରିଫ ଏବଂ ରବି ଋତୁ ପାଇଁ ବୀମା ରାଶିର ଯଥାକ୍ରମେ ୨% ଓ ୧.୫% ନାମମାତ୍ର ପ୍ରିମିୟମ ଦେବାକୁ ପଡୁଥିଲା। ତେବେ କପା, ଅଦା, ହଳଦି ଭଳି ବାଣିଜ୍ୟିକ ଫସଲ ପାଇଁ ଉଭୟ ଖରିଫ ଓ ରବି ଋତୁ ପାଇଁ ବୀମା ରାଶିର ୫% ପ୍ରିମିୟମ ପ୍ରଦାନ କରାଯାଏ। ଖରିଫ ଋତୁରେ ରାଜ୍ୟର କୃଷକମାନଙ୍କୁ ଆଉ ପ୍ରିମିୟମ ଖର୍ଚ୍ଚ ବହନ କରିବାକୁ ପଡ଼ିବ ନାହିଁ କାରଣ ଓଡ଼ିଶା ସରକାର ବିଜ୍ଞାପିତ ଫସଲ ପାଇଁ କୃଷକଙ୍କ ଅଂଶ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏପଟେ କୃଷକଙ୍କୁ ବିନା ସୁଧରେ ଋଣ ପ୍ରଦାନ କରିବାରେ ଓଡ଼ିଶା ହେଉଛି ଦେଶର ପ୍ରଥମ ରାଜ୍ୟ। ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶା ସରକାର ରାଜ୍ୟସ୍ତରୀୟ ଯୋଜନା ସୁଧ ସବସିଡି/ରିହାତିକୁ କାର୍ଯ୍ୟକାରୀ କରିବା ପାଇଁ ୫୭୦୦ କୋଟି ବ୍ୟବସ୍ଥା କରିଛନ୍ତି, ଯାହା ଅଧୀନରେ କୃଷକମାନଙ୍କୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଫସଲ ଋଣ ଉପଲବ୍ଧ କରାଯାଉଛି। ପୂର୍ବରୁ ‘କାଳିଆ’ ଅଧିନରେ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦିଆ ଯାଉଥିଲା। ୨୦୨୨-୨୩ ବର୍ଷରେ ପ୍ରାୟ ୩୨.୪୩ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ସମବାୟ ବ୍ୟାଙ୍କ ଓ ପ୍ରାଥମିକ କୃଷି ସମବାୟ ସମିତିରୁ ବାର୍ଷିକ ୦% ସୁଧହାରରେ ୧ଲକ୍ଷ ଟଙ୍କା ମଧ୍ୟରେ ଫସଲ ଋଣ ନେଇଛନ୍ତି। ସମବାୟ ବ୍ୟାଙ୍କ ଗୁଡ଼ିକ ୨୦୦୦-୦୧ ମସିହାରେ ୬.୪୦ ଚାଷୀଙ୍କୁ ଫସଲ ଋଣ ପ୍ରଦାନରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାବେଳେ ୨୦୨୨-୨୩ ରେ ୩୪.୫୭ ଲକ୍ଷ ଚାଷୀଙ୍କୁ ୧୬୬୮୩.୫୭ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଫସଲ ଋଣ ପ୍ରଦାନରେ ଜାତୀୟ ହାର ୧୭% ଥିବାବେଳେ ରାଜ୍ୟରେ ପ୍ରଦାନ କରାଯାଉଥିବା ଫସଲ ଋଣ ପ୍ରାୟ ୫୫% ଅଟେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.