ଜୁନାଗଡ଼ ଏନଏସିକୁ ମୁନିସିପାଲିଟି ମାନ୍ୟତା ଦାବି: ସ୍ମାରକ ପତ୍ର ପ୍ରଦାନ, ଆଗକୁ ହୋଇପାରେ ଆନ୍ଦୋଳନ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ନିକଟରେ ରାଜ୍ୟ ସରକାର ନୂତନ ଏନଏସି ଓ ମୁନସିପାଲଟି ଘୋଷଣା କରିଛନ୍ତି । ତେବେ ଆଶା ଥିଲା ଜୁନାଗଡ଼ ମୁନସିପାଲଟି ମାନ୍ୟତା ପାଇବ କିନ୍ତୁ ସହରବାସୀଙ୍କ ଆଶା ନିରାଶାରେ ପରିଣତ ହେଲା । ଏହାକୁ ନେଇ ଜୁନାଗଡରେ ଅଶାନ୍ତିର ବାତାବରଣ ଖେଳିଯାଇଛି । ସହରବାସୀ, ବିଭିନ୍ନ ସଂଗଠନ, ବ୍ୟକ୍ତି ବିଶେଷ ଓ ରାଜନୈତିକ ଦଳମାନେ ଜୁନାଗଡ଼କୁ ମୁନସିପାଲଟି ମାନ୍ୟତା ଦାବି କରିଛନ୍ତି । ଯଦି ନିର୍ବାଚନ ପୂର୍ବରୁ ମୁନସିପାଲଟି ଘୋଷଣା ନହୁଏ ତେବେ ଆନ୍ଦୋଳନ ଜୋରଦାର ହେବ ବୋଲି ସୂଚନା ରହିଛି । 

Omkar Vasthu
Omkar Vasthu

ଐତିହାସିକ ତଥ୍ୟ ଅନୁଯାୟୀ କଳାହାଣ୍ଡି ମହାରାଜା ଯୁଗସାଇଦେବଙ୍କ ସମୟରେ ୧୭୧୮ମସିହାରେ ଜୁନାଗଡ଼ କଳାହାଣ୍ଡି ନଗର ଓ ପରବର୍ତ୍ତୀ ସମୟରେ ଜେନାବଳୀ ପାଟଣା ନାମରେ ପରିଚିତ ଥିଲା । ଏହା ଜୁନାଗଡ଼ର ଦଧିବାମନ ମନ୍ଦିରର ଶିଳାଲିପିରେ ଲେଖା ହୋଇଥିବା ଅକ୍ଷରରୁ ଜଣାପଡେ । ପରବର୍ତ୍ତୀ ସମୟରେ ୧୮୪୯ ମସିହାରେ କଳାହାଣ୍ଡି ମହାରାଜା ଫତେ ନାରାୟଣ ଦେଓଙ୍କ ସମୟରେ କଳାହାଣ୍ଡିର ରାଜଧାନୀ ଭବାନୀପାଟଣାକୁ ସ୍ଥାନାନ୍ତରିତ କରାଯାଇଥିଲା । ହଜାରେ ବର୍ଷର ମନ୍ଦିର ମାଳିନୀ ସହର ଜୁନାଗଡ଼ କଟକ ସହର ପରି ଏହାର ଐତିହାସିକ ମହତ୍ଵ ରହିଛି। ଛଅକୋଡ଼ି ବନ୍ଧକୁ ନଅ କୋଡ଼ି ତୋଟା ଏବେ ମଧ୍ୟ ମୂକସାକ୍ଷୀ ଅଛି ।

Pearl dental clinic
Near Ashish Medical Store, Bhawanipatna

ଜୁନାଗଡ଼ କଳାହାଣ୍ଡିର ପ୍ରଥମ ରାଜଧାନୀ ଭାବରେ ରାଜା ଅମଳରୁ ଥିଲା । ୧୯୭୦ମସିହା ମାର୍ଚ୍ଚ ୧୮ ତାରିଖ ରେ ଜୁନାଗଡ଼ ଏନଏସି ଗଠନ ହେଇଛି ଆଜିକୁ ୫୪ବର୍ଷ ହେଇଗଲାଣି । ଜୁନାଗଡ଼ ସହରରେ ପ୍ରାୟ ୨୫ହଜାର ଲୋକ ବସବାସ କରୁଛନ୍ତି । ଜୁନାଗଡ଼କୁ ଲାଗି କିଛି ରହିଥିବା କିଛି ଗ୍ରାମକୁ ନେଇଗଲେ ଏହାର ଜନସଂଖ୍ୟା ପ୍ରାୟ ୩୫ହଜାର ରୁ ଉର୍ଦ୍ଧ ହେଇଯିବ । ଏତେଦିନ ବିତିଗଲେ ମଧ୍ୟ ଆଜିପଯ୍ୟନ୍ତ ଜୁନାଗଡ଼ ଏନଏସିର ନିଜସ୍ୱ ଘର ଗୋଟାଏ ମଧ୍ୟ ନାହିଁ । ପାଠାଗାରରେ ଚାଲିଛି ଅଫିସ ଗୃହ । ଲଗାତାର ୧୯୯୫ ରୁ ୧୯୯୯ ଚାରି ବର୍ଷ ଧରି ଓଡିଶା ରେ ଶ୍ରେଷ୍ଠ ଏନଏସି ଭାବରେ ମଧ୍ୟ ଆଖ୍ୟା ପାଇଛି । ଏହା ସହିତ ଗତବର୍ଷ ଦ୍ରୁତଗାମୀ ସହର ଭାବରେ ମହାମହିମ ରାଷ୍ଟ୍ରପତି ମଧ୍ୟ ଦିଲ୍ଲୀ ଠାରେ ପୁରସ୍କିତ କରିଛନ୍ତି । ଦୀର୍ଘ ଦିନର କୋଠା ରେ ଅଫିସ ଗୃହ ଚାଲି ଥିବାରୁ ଏହା ଯୋଗୁ କୋଠାର ଅବସ୍ଥା ମଧ୍ୟ ଶୋଚନୀୟ ଅଛି ।

Udyog Nursery
Udyogi Nursery

ତେଣୁ ଏହି ଏନଏସିକୁ ମୁନ୍ସିପାଲିଟି ଘୋଷଣା ଦାବି ନେଇ ପୂର୍ବତନ ନଗରପାଳ ସୁଧାଂଶୁ ଶେଖର ବରାଡ଼, କଂଗ୍ରେସ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କୁମାର ଦାଶ, ଯୁବ ନେତା ସାଉଲ ମଙ୍ଗରାଜ ପ୍ରମୁଖ ଦାବିପତ୍ର ଦେବା ସହିତ ଚେତାବନୀ ଦେଇଛନ୍ତି । ନିର୍ବାଚନ ପୂର୍ବରୁ ଯଦି ମୁନ୍ସିପାଲଟି ମାନ୍ୟତା ନ ଦିଅନ୍ତି ତାହେଲେ ଆନ୍ଦୋଳନର ପନ୍ଥା ଆପଣେଇବେ ବୋଲି ସରକାରକୁ ଲିଖିତ ଭାବେ ଜଣାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.