ଗୋଲାମୁଣ୍ଡା ବିଜୟାନନ୍ଦ ପବ୍ଲିକ୍ ସ୍କୁଲର ବାର୍ଷିକ ଉତ୍ସବ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ସ୍ଥିତ ବିଜୟାନନ୍ଦ ପବ୍ଲିକ୍ ସ୍କୁଲରେ ୨୪ତମ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଇଞ୍ଜିନିୟର ପ୍ରିୟବ୍ରତ ସିପକା ଏହି ଉତ୍ସବରେ ସଭାପତିତ୍ଵ କରି ଛାତ୍ର ଛାତ୍ରୀମାନଙ୍କୁ ଉତ୍ତମ ମଣିଷ ହେବା ପାଇଁ ଉତ୍ସାହିତ କରିବା ସହ ବିଦ୍ୟାଳୟର ଉନ୍ନତି ଦିଗରେ ଅଭିଭାବକମାନଙ୍କ ସହଯୋଗ ପାଇଁ ସାଧୁବାଦ ଜଣାଇଥିଲେ । ମୁଖ୍ୟ ଅତିଥି ଭାବେ ଗୋଲାମୁଣ୍ଡା ଅଗ୍ନିଶମ ବିଭାଗ ଷ୍ଟେସନ ଅଧିକାରୀ ନିଗମାନନ୍ଦ ପାତ୍ର , ସମ୍ମାନୀତ ଅତିଥି ଭାବେ ଗୋଲାମୁଣ୍ଡା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ୱେତପଦ୍ମା ସେଠ୍ , ଗୋଲାମୁଣ୍ଡା ପଞ୍ଚାୟତ ସମିତି ସଭ୍ୟା ଙ୍କ ପ୍ରତିନିଧି ସୁବାସ ନାଏକ ଓ ପୂର୍ବତନ ସରପଞ୍ଚ ସୁବାସ ଚନ୍ଦ୍ର ରାଉତ, ମୁଖ୍ୟ ବକ୍ତା ଭାବେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଗୋଲାମୁଣ୍ଡାର ଅଧ୍ୟକ୍ଷ ସୁକାନ୍ତ କୁମାର ଘଡେଇ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କର ଅନ୍ତର୍ନିହିତ ଶକ୍ତିର ସାମଗ୍ରିକ ବିକାଶ ଦିଗରେ ଉଭୟ ପିତା-ମାତା ଓ ବିଦ୍ୟାଳୟର ସକ୍ରିୟ ଭୂମିକା ରହିଛି ବୋଲି ମତ ଦେଇଥିଲେ। ଉପାଧ୍ୟକ୍ଷା ଅଳକା କେଶରୀ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଅଧ୍ୟକ୍ଷ ଅମର ନାଏକ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ଶାନ୍ତନୁ କୁମାର ପରିଡ଼ା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଓ ପରିଚାଳନା ପରିଷଦର ସମ୍ପାଦକ ରୋହିତ ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ଗୁଣନିଧି ରାଉତ ମଂଚ ସଞ୍ଚାଳନା କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଓ ଉତ୍କର୍ଷ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଅଭିଭାବକ, ପରିଚାଳନା ପରିଷଦର ସଦସ୍ୟ ତଥା ଶିକ୍ଷକ ବିରେନ୍ଦ୍ର ସେନାପତି, ଶମ୍ଭୁନାଥ ମେହେର, ଲକ୍ଷ ରାଉତ, ଦେବାଶିଷ ତେଜି, ଆକାଶ ଦାସ, ଯତୀନ୍ଦ୍ର ନାଥ ଚଲାନ, ଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ପଣ୍ଡା, ସନ୍ଧ୍ୟାରାଣୀ ଖମାରୀ, ସସ୍ମିତା ସାଗର, ଲୋପାମୁଦ୍ରା ରାଉତ,ଉମା ଦୁରିଆ ,ବିକାଶ ମଙ୍ଗରାଜ, ନରୋତ୍ତମ ଭାଟି ଓ ସତ୍ୟବତୀ ମଙ୍ଗରାଜ ପ୍ରମୁଖ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.