ଆଛୁଲି ସମିତି ସଭ୍ୟାଙ୍କ ପାର୍ଥିତ୍ୱକୁ ଏଡିଜେ କୋର୍ଟରୁ ମିଳିଲା ନ୍ୟାୟ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଆଛୁଲି ଗ୍ରାମରେ ଗତ ବର୍ଷ ଜାନୁୟାରୀ ମାସରେ ତ୍ରିସ୍ତରୀୟ ପଞ୍ଚାୟତନିର୍ବାଚନ ନିମନ୍ତେ ବିଜ୍ଞପ୍ତି ବାହାରିଥିଲା। ସେଥରେ ଆଛୁଲି ପଞ୍ଚାୟତ ସମିତି ସଭ୍ୟା ପଦବି ମହିଳାଙ୍କ ପାଇଁ ସଂରକ୍ଷିତ ଥୂଲା। ଏଥିରେ ଆଛୁଲି ପଞ୍ଚାୟତର ସମିତିସଭ୍ୟା ପଦବି ପାଇଁ ଦୁଇଜଣ ମହିଳା ବିନୋଦିନୀ ପଣ୍ଡା ଓ ନିର୍ମଳା ନାହକ ପାର୍ଥୀ ପତ୍ର ଦାଖଲ କରିଥିଲେ | ପାର୍ଥୀ ପତ୍ର ଯାଞ୍ଚ ସମୟରେ ବିଡ଼ିଓ ତଥା ବ୍ଲକ ନିର୍ବାଚନ ଅଧୂକାରୀ ବିଜୟ କୁମାର ବେହେରା ନିର୍ମଳା ନାହକଙ୍କ ପ୍ରାର୍ଥୀପତ୍ରରେ ତ୍ରୁଟିଥିବାର ଦେଖି ତାହାକୁ ନାକଚ କରିଦେଇଥିଲେ ଏବଂ ବିନୋଦିନୀ ପଣ୍ଡାଙ୍କୁ ଅପ୍ରତିଦ୍ବନ୍ଦି ସମିତିସଭ୍ୟା ଭାବେ ନିର୍ବାଚିତ ଘୋଷଣା କରିଥିଲେ। ଏନେଇ ନିର୍ମଳା ନାହକ ଛତ୍ରପୁର ସିନିୟର୍ ସିଭିଲ ଜଜ୍ କୋର୍ଟର ଆଶ୍ରୟ ନେଇଥିଲେ। ସିନିୟର ସିଭିଲ କୋର୍ଟର ଜର୍ଜ ଏହା ଉପରେ ବହୁ ପରୀକ୍ଷା ନିରୀକ୍ଷା କରି ଆଛୁଲି ପଞ୍ଚାୟତ ସମିତି ସଭ୍ୟା ବିନୋଦିନୀ ପଣ୍ଡାଙ୍କ ନିର୍ବାଚନ ପଦବୀ ରଦ୍ଦ ଘୋଷଣା କରିଥିଲେ । ତେବେ ବିନୋଦିନୀ ପଣ୍ଡା ସିନିୟର ସିଭିଲ ଜର୍ଜ କୋର୍ଟ ରାୟକୁ ଚାଲେଞ୍ଜ କରିଛତ୍ରପୁର ଅତିରିକ୍ତ ଦୌରା ଜର୍ଜ କୋର୍ଟର ଆଶ୍ରୟ ନେଇଥିଲେ । ଅତିରିକ୍ତ ଦୌରା ଜର୍ଜ ତାଙ୍କ ଆବେଦନକୁ ଗ୍ରହଣ କରି ସବୁ ନଥି ପତ୍ରକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରି ପ୍ରକୃତ ସିଦ୍ଧାନ୍ତରେ ଉପନିତ ହୋଇ ଗତ ୧୯ ତାରିଖରେ ତାଙ୍କ ରାୟ ପ୍ରକାଶ କରିଛନ୍ତି | ଏବଂ ଆଚୁଲି ସମିତିସଭ୍ୟା ବିନୋଦିନୀ ପଣ୍ଡାଙ୍କ ସମିତିସଭ୍ୟପଦ ବଳବତର ରହିବାକୁ ସେ ରାୟ ପ୍ରକାଶ କରିଛନ୍ତି | ଯାହା ଦ୍ୱାରା ବିନୋଦିନୀ ପଣ୍ଡା ଓ ତାଙ୍କ ସ୍ୱାମୀ ନୀଳମଣି ପଣ୍ଡା ଓ ତାଙ୍କର ଶୁଭେଛୁଙ୍କ ମନରେ ଆନନ୍ଦ ଦେଖାଦେଇଛି ଓ ତାଙ୍କର କହିବା କଥା ସତ୍ୟ ଧର୍ମ ଓ ନ୍ୟାୟର ବିଜୟ ହୋଇଛି ବୋଲି କହିଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.