ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ ରେଳ ଷ୍ଟେସନ ଜିଲ୍ଲାର ଏକ ପ୍ରମୁଖ ରେଳ ଷ୍ଟେସନ ହୋଇଥିବା ବେଳେ ଏହାର ଉନ୍ନତି କରଣ ହୋଇଛି ସତ ହେଲେ ଏବେ ମଧ୍ୟ ଏଠାରେ ପାନୀୟ ଜଳର ସୁବିଧା ନାହିଁ । ଟେପ ଅଛି ହେଲେ ଚାରିଗୋଟି ପ୍ଲେଟଫର୍ମରେ ପାନୀୟ ଜଳ ଉପଲବ୍ଧ ହୋଇ ପାରୁନି । ଆସନ୍ତା କାଲି ମାନୟବର ପ୍ରଦାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଗସ୍ତରେ ଆସୁଛନ୍ତି । ଓଡିସାରେ ଚଣ୍ଡିଖୋଲରେ ପହଞ୍ଚି ବିଭିନ୍ନ ପ୍ରକଳ୍ପର ଉଦ୍ଗାଟନ ଓ ଶିଲାନ୍ୟାସ କରିବେ । ଏହି କ୍ରମରେ ୨୦୧୦/୧୧ ରୁ ନର୍ଲାରେ ପ୍ରାସ୍ତାବିତ ଲୋକୋମୋଟିଭ ୱାର୍କସପ ମଧ୍ୟ ଭର୍ଚ୍ଚୁଆଲ ମୋଡରେ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଏହାକୁ କେନ୍ଦ୍ର ରେଳ ବିଭାଗ ତରଫରୁ ସିଧା ପ୍ରସାରଣର ବ୍ୟବସ୍ଥା ରେଳ ଷ୍ଟେସନ ପରିସରରେ କରାଯାଇଛି । ଏନେଇ ଗତ ୨/୩ ରୁ ବ୍ୟବସ୍ଥାରେ ଲାଗିପଡିଛନ୍ତି ରେଳବାଇ ଉଚ୍ଚ କତ୍ତୃପକ୍ଷ । ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହି ଭବ୍ୟ ଶିଳାନ୍ୟାସ କାର୍ଯ୍ୟକ୍ରମ ଓ ଚଣ୍ଡିଖୋଲରେ ଅନୁଷ୍ଠିତ ହେବାକୁ ରହିଥିବା ସାଧାରଣ ସଭା କିଭଳି ଅଧିକରୁ ଅଧିକ ଲୋକ ସୁବିଧାରେ ଦେଖିପାରିବେ ସେ ନେଇ ରେଳ କତ୍ତୃପକ୍ଷ ଏହାର ବ୍ୟବସ୍ଥା କରିଛନ୍ତି ଷ୍ଟେସନ ପରିସରରେ । ଏଇଏନ, ଏଡିଏନ ଭଳି ରେଳବାଇ ଅଧିକାରୀ ମାନେ ଦାଇତ୍ୱ ନେଇ ଷ୍ଟେସନ ପରିସରରେ ଏହାର ବ୍ୟବସ୍ଥା କରୁଥିବା ବେଳେ ସୋମବାର ଏହାର ସୁପରଭିଜନ କରିବା ପାଇଁ ଡିଆରଏମ ଆସି ପହଞ୍ଚି ଥିଲେ ନର୍ଲାରୋଡ଼ ରେଳ ଷ୍ଟେସନରେ । କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡାଙ୍କ ଉପସ୍ଥିତିରେ ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହୋଇଥିଲା । ମାନ୍ୟବର ପ୍ରଧାନ ମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକ୍ରମ ବିଷୟରେ ଡିଆରଏମ ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ । ଏହାବାଦ ସାମ୍ବାଦିକ ମାନଙ୍କ ନର୍ଲାରୋଡ ରେଳ ଷ୍ଟେସରେ ପାରିପାଶ୍ୱିର୍କ ସୁବିଧା ବିଷୟରେ ପ୍ରଶ୍ନର ଉତ୍ତର ରଖିଥିଲେ । ନର୍ଲାରୋଡ ଷ୍ଟେସନକୁ ଯାତ୍ରୀ ଆସିବା ପାଇଁ ଏକ ସ୍ଥାୟୀ ରାସ୍ତା ନଥିବାରୁ ଓ ଯାତ୍ରୀ ମାନେ ବ୍ୟକ୍ତିଗତ ପ୍ଲଟରେ ରହିଥିବା ରାସ୍ତା ଦେଇ ଯିବା ଆସିବା କରୁଥିବା ବେଳେ ଉକ୍ତ ମରଣ ଯନ୍ତା ରାସ୍ତାକୁ ବାଦଦେଇ ଷ୍ଟାଫ କଲୋନି ଦେଇ ଶିବ ମନ୍ଦିର ସମ୍ମୁଖସ୍ଥ ରାସ୍ତାକୁ ସଂଯୋଗ କରାଯିବ ବୋଲି ଡିଆରଏମ ତୁଷାରକାନ୍ତ ପାଣ୍ଡେ ପ୍ରତିଶୃତି ଦେଇଥିଲେ । ଶୀଘ୍ର ରାସ୍ତାକାମ କରାଯିବ ବୋଲି ଅଧିକାରୀ ଓ ଷ୍ଟେସନ ମାଷ୍ଟରଙ୍କୁ ଡାକି ଏଥିପାଇଁ ପ୍ରକ୍ରୀୟା ଆରମ୍ଭ କରିବା ନିମନ୍ତେ କହିଥିଲେ । ଏହାବାଦ ନର୍ଲାରୋଡ ରେଳ ଷ୍ଟେସନ ରେ କୋଚ ଡିସପ୍ଲେ ବୋର୍ଡ, ପାନୀୟ ଜଳର ସୁବିଧା, ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ରେମ୍, ନର୍ଲା ରେଳବାଇ ଫାଟକରେ ଅଣ୍ଡରଗ୍ରାଉଣ୍ଡ ରାସ୍ତା ପ୍ରଭୃତି ଶୀଘ୍ର କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ନର୍ଲାରୋଡ ରେଳ ଷ୍ଟେସନରେ କରୋନା ପୁର୍ବରୁ ଷ୍ଟପେଜ ରହିଥିବା ଓ କରୋନା ପରେ ଷ୍ଟପେଜ ବନ୍ଦ ହୋଇଯାଇଥିବା ଟ୍ରେନ ଆଲେପି-ଧାନବାଦ, ସମତା ସୁପଫାଷ୍ଟ ଏକ୍ସପ୍ରେସ ଟ୍ରେନର ପୁନଃ ରହଣୀ ପାଇଁ ମଧ୍ୟ ରେଳବାଇ ବୋର୍ଡ କତ୍ତୃପକ୍ଷଙ୍କୁ ଜଣାଇବେ ବୋଲି ପ୍ରତିଶୃତି ଦେଇଥିଲେ । ନର୍ଲା ରେଳଯାତ୍ରୀ ସୁରକ୍ଷା ସମିତି ନର୍ଲାରୋଡ ତରଫରୁ ସମ୍ପାଦକ କୁମୁଦ ନାଏକ, ରାଜା ପରିଡା, ରାଜୀନ ସାହୁ, ଓମ ପୁଝାରୀ, କରୁଣାମୟ ଜେନା, ପୂର୍ଣ୍ଣଚନ୍ଦ୍ର ସରାଫ, ସୁଦାମ ମିଶ୍ର, ପପା ସାମଲଙ୍କ ସମେତ ନର୍ଲାରୋଡର ଅନେକ ଯୁବକ ଉପସ୍ଥିତ ରହି ଡିଆରଏମଙ୍କୁ ନର୍ଲାରୋଡ ଷ୍ଟେସନରେ ପାରିପାଶ୍ୱିର୍କ ସୁବିଧା କରିବା ପାଇଁ ଲିଖିତ ଅନୁରୋଧ କରି ଏକ ପତ୍ର ପ୍ରଦାନ କରିଥିଲେ ।