ବୁଢ଼ାରଜା କ୍ରିକେଟ କପ୍ ସେଁପୁର-୨୦୨୪ ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସେଁପୁର ଜୟ ଦୁର୍ଗା କ୍ରିକେଟ କ୍ଲବ ତରଫରୁ ବୁଢାରଜା ଖେଳପଡିଆରେ ୧୮ ତାରିଖରୁ ଆରମ୍ଭ ହୋଇଥିବା ବୁଢାରଜା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେଡି ସଭାନେତ୍ରୀ ଲଳିତା ନାଏକ, ସମ୍ମାନିତ ଅତିଥି ଭାବେ ରାଜେଶ ପ୍ରସାଦ ସାହୁ, ପାଣ୍ଡବ ମାଝୀ, ରୋହିତ ଯୁଆଡ ପ୍ରମୁଖ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଟିମ ଅଂଶଗ୍ରହଣ କରିଥିଲେ । ଏଥିରେ କନ୍ତେଶିର ଟିମ୍ ଦିଗଶିରାକୁ ହରାଇ ଚମ୍ପିୟାନ୍ ହୋଇଥିଲା। ଚମ୍ପିୟାନ ଟିମକୁ ଟ୍ରଫି ସହିତ ୭୭,୭୭୭ ଟଙ୍କା ଓ ଉପ-ବିଜେତା ଟିମକୁ ଟ୍ରଫି ସହ ୪୪,୪୪୪ ଟଙ୍କା ପ୍ରଦାନ କରାଯାଇଥିଲା। ମେନ ଅଫ ଦ ସିରିଜ ରାଜେଶ ପୁଟେଲଙ୍କୁ ଟ୍ରଫି ସହ ଏଲଇଡ଼ି ଟିଭି ଓ ପ୍ଲେୟର ଅଫ ଦ ମ୍ୟାଚ ରୋହିତଙ୍କୁ ଟ୍ରଫି ସହ ସ୍ମାର୍ଟ ୱାଚ ଦିଆଯାଇଥିଲା । ଏଥିରେ ପ୍ରକାଶ ପାତ୍ର ଓ ଭୀମରାଜ ତାଣ୍ଡି କମେଣ୍ଟ୍ରି କରିଥିବା ବେଳେ ଅମ୍ପିୟାର ବସନ୍ତ ଶବର ଓ ରୋମାଞ୍ଚଳ ଭୋଇ ଥିଲେ। ଜୟ ଦୁର୍ଗା କ୍ରିକେଟ କ୍ଲବର ସମସ୍ତ ସଦସ୍ୟ ଯଥା ମାନଗୋବିନ୍ଦ ମାଝୀ (ସଭାପତି), ବାଳକୃଷ୍ଣ ପାରି (ସମ୍ପାଦକ), ନରେନ୍ଦ୍ର ବାଗ (କୋଷାଧକ୍ଷ), ଜନାର୍ଦ୍ଦନ ବାଗ (ଖେଳ ନିର୍ଦ୍ଦେଶକ), ରୋଶନ ମାଝୀ (ଉପ ସଭାପତି), ଅଭିନାଶ ବାଗ (ଯୁଗ୍ମ ସମ୍ପାଦକ), ଜୀବରଧନ ଗହୀର, ଆଲୋକ ଛୁରା, ଶିଶୁପାଳ ବାଗ, ମହେନ୍ଦ୍ର ବଛା, ମନଧର ମାଝୀ, ବରୁଣ ପାରି, ପପୁ ପାରି, ବିକାଶ ବାଗ, ଅମନ ସେଠି, ଅଭିଷେକ ବାଗ, ସୁମନ ବାଗ, ମିଥୁନ ପାରି, ପ୍ରତାପ ନାଏକ, ରାଜକୁମାର ହେର୍ଣ୍ଣା, ରୋହିତ ଯୁଆଡ, ସୁରଥ ଗହୀର, ଅନିଲ ମାଝୀ, ପିପା ବାଗ, ସରୋଜ ଯାନୀ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.