ସୁବର୍ଣ୍ଣପୁର ଠାରେ ଓଡିଶା ସାମ୍ବାଦିକ ସଙ୍ଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ସୁସ୍ଥ ରାଷ୍ଟ୍ର ଗଠନରେ ଆଦର୍ଶ ସାମ୍ବାଦିକତା ଶୀର୍ଷକ ଆଲୋଚନା ଚକ୍ର

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ବିଳନୀ କକ୍ଷରେ ଆଜି ଓଡିଶା ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଉତ୍ସବର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଅନ୍ୟା ଦାସ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ୟଶ ପ୍ରତାପ ଶ୍ରୀମାଲ ଯୋଗ ଦେଇ ସମାଜର ବିକାଶ, ଗଣତନ୍ତ୍ରର ସୁରକ୍ଷା, ଜନ ସଚେତନତା, ରାଷ୍ଟ୍ରୀୟ ଏକତା ରକ୍ଷା କରିବାରେ ଗଣମାଧ୍ୟମର ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ। ସରକାରୀ ଯୋଜନା ଗୁଡିକ ତୃଣମୂଳ ସ୍ତରରେ ପହଞ୍ଚାଇବା ସହିତ ଯୋଜନା ଗୁଡିକର ଲୋକପ୍ରିୟତା ଗଣମାଧ୍ୟମ ଉପରେ ନିର୍ଭର କରେ। ସେହିପରି ସରକାରୀ କଳ ପହଞ୍ଚି ପାରୁ ନଥିବା ଅଞ୍ଚଳର ସମସ୍ୟା ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶାସନ ଓ ସରକାରଙ୍କ ଆଗରେ ଉପସ୍ଥାପନ କରିଥାନ୍ତି। ଫଳରେ ପ୍ରଶାସନ ଓ ସରକାର ଜନସାଧାରଣଙ୍କ ଆବଶ୍ୟକତା ପ୍ରତି ଯତ୍ନବାନ ହେବା ସହିତ ଆବଶ୍ୟକ ପଦକ୍ଷେପ ନିଆଯାଇ ପାରୁଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ୟଶପ୍ରତାପ ଶ୍ରୀମାଲ, ଓଡିଶା ସାମ୍ବାଦିକ ସଂଘ ରାଜ୍ୟ ସଭାପତି ଶଶିଭୂଷଣ ପ୍ରହରାଜ, ମୁଖ୍ୟଵକ୍ତା ଭାବରେ ମଦନ ସୁନ୍ଦର କ୍ଷେତ୍ରୀ ପ୍ରମୁଖ ଯୋଗ ଦେଇ ସାଂପ୍ରତିକ ବେଳାରେ ଗଣମାଧ୍ୟମର ଭୂମିକା ଓ ଫେକ ନ୍ୟୁଜ ସଂପର୍କରେ ଆଲୋଚନା କରିବା ସହିତ ଗଣମାଧ୍ୟମ ଓ ପ୍ରତିିନିଧିଙ୍କ ନୈତିକତାପୂର୍ଣ୍ଣ କାର୍ଯ୍ୟ ଶୈଳୀ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ “ସୁସ୍ଥ ରାଷ୍ଟ୍ର ଗଠନରେ ଆଦର୍ଶ ସାମ୍ବାଦିକତା” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିବା ବେଳେ ଉତ୍ସବରେ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ବିନୟ ରଂଜନ ପ୍ରଧାନଙ୍କ ବିୟୋଗ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଦିବଂଗତ ସାମ୍ବାଦିକଙ୍କ ପ୍ରତି ଶ୍ରଦ୍ଧାଂଜଳି ପ୍ରଦାନ କରାଯାଇଥିଲା ଏବଂ ଜିଲ୍ଲାର ସ୍ୱର୍ଗୀୟ ସାମ୍ବାଦିକ ଗୋପାଳ ମିଶ୍ରଙ୍କ ଧର୍ମପତ୍ନୀ ପବିତ୍ରୀ ମିଶ୍ରଙ୍କୁ ଆଜୀବନ ଭତ୍ତା ପ୍ରଦାନ କରାଯାଇଥିଲା। ସେହିପରି ୨ୟ ପର୍ଯ୍ୟାୟରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗଦେଇ ସାମ୍ବାଦିକ ମାନଙ୍କର ଦାବୀ ଯଥାର୍ଥ ଏବଂ ଓଡିଶା ସାମ୍ବାଦିକ ସଙ୍ଘ ପକ୍ଷରୁ କରାଯାଇଥିବା ୧୦ ଦଫା ଦାବୀ ପୂରଣ ବିଷୟରେ ସରକାରୀ ସ୍ତରରେ ଖୁବ ଶୀଘ୍ର ଆଲୋଚନା କରିବେ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବରେ ସୁପାର ଠେଲା, ପୌର ଅଧ୍ୟକ୍ଷା ତମସୀ ତମସ୍ମିତା ନାଏକ, ଏଡିଏମ ଅଞ୍ଜଳିନା ପ୍ରଧାନ ପ୍ରମୁଖ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ସଫଳ ବ୍ୟକ୍ତିତ୍ୱ ଶିବଦତ୍ତ ଚାନ୍ଦ, ଉଲୁଣ୍ଡା ବିନାଞ୍ଚଳ ଅଧିକାରୀ ସଂଜୀବ ରାଉତ, ପ୍ରମୋଦ ସାହୁ, ଶଙ୍କର ଦାଶ, ଦୁର୍ୟୋଧନ ରାଉତ, ସନ୍ତୋଷ ମିଶ୍ର, ଆଶିଷ ବାବୁ, ପ୍ରଶାନ୍ତ ବାବୁ, ପିନାକୀ ପଣ୍ଡା, ପିୟୁଷ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶଶୀ ଭୂଷଣ ପ୍ରହରାଜଙ୍କ ଅଧ୍ୟକ୍ଷ୍ୟତାରେ ପ୍ରଥମ ଅଧିବେସନ ଏବଂ ୨ୟ ପର୍ଯ୍ୟାୟରେ ମନୋରଞ୍ଜନ ତ୍ରିପାଠୀଙ୍କ ସଭାପତିତ୍ୱରେ ସଭା ପରିଚାଳନା କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର ସଭା ପରିଚାଳନା କରିଥିବା ବେଳେ, ମହାଦେବ ମଲ୍ଲିକ ବାର୍ଷିକ ବିବରଣୀ ପାଠ କରିଥିଲେ। ତୃତୀୟ ପର୍ଯ୍ୟାୟରେ ସଙ୍ଘର ସଂଗଠନିକ ସଭା ଅନୁଷ୍ଠିତ ହୋଇଥିବା ବେଳେ, ନୂତନ ଭାର ପ୍ରାପ୍ତ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ଦୁର୍ଯ୍ୟୋଧନ ମହାରଣାଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା। ରାଜ୍ୟ ଉପସଭାପତି ରମଣି ରଞ୍ଜନ ଦାସ, ଦୀପକ କୁମାର ନାୟକ, ସୁଶାନ୍ତ ମହାପାତ୍ର, ରାଜ୍ୟ ସମ୍ପାଦକ ରାଜ କିଶୋର ତ୍ରିପାଠୀ, ବାଙ୍କ ବିହାରୀ ବିଶୋଇ ଏବଂ ସମସ୍ତ ଜିଲ୍ଲାର ସଭାପତିମାନେ ସଂଗଠନିକ ଆଲୋଚନାରେ ଭାଗ ନେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.