ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହରର ସବ୍ ଡିଭିଜନ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ଜଣେ ରୋଗୀକୁ ସାହାଯ୍ୟ କରିଛନ୍ତି ସୋସିଆଲ ଏକ୍ଟିଭିଷ୍ଟ୍ ଅଫ କଳାହାଣ୍ଡି। ସୋସିଆଲ ଏକ୍ରିଭିଷ୍ଟ୍ ଅଫ କଳାହାଣ୍ଡିର ପ୍ରତିଷ୍ଠାତା ପ୍ରମୋଦ ସାହୁ, ଜିଲ୍ଲା ସଭାପତି ନବୀନ କୁମାର ସା, ଧର୍ମଗଡ଼ ନ.ଏ.ସି ସମ୍ପାଦକ ଅଙ୍କିତ ସେଠୀ, ଜୁନାଗଡ଼ ବ୍ଲକ ସଭାପତି ସ୍ବାସ୍ତିଦୀପ ଆଦିତ୍ୟ ଏବଂ ଧର୍ମଗଡ଼ ବ୍ଲକ ସଭାପତି ଲକ୍ଷ୍ମୀକାନ୍ତ ନାଏକଙ୍କ ମିଳିତ ସହଯୋଗରେ ରକ୍ତ ଯୋଗାଣ ସଫଳ ହୋଇଥିଲା। ଦର୍ଲିପଡା ଗ୍ରାମର ମହେନ୍ଦ୍ର ମାଝୀ ମେଡିକାଲରେ ରକ୍ତ ଓ ଅନ୍ୟାନ୍ୟ ସୁବିଧା ପାଇଁ ସୋସିଆଲ ଏକ୍ଟିବିଷ୍ଟ୍ ଅଫ କଳାହାଣ୍ଡି ଧର୍ମଗଡ଼ ନ.ଏ.ସି ସମ୍ପାଦକ ଅଙ୍କିତ ସେଠୀ ସହିତ ଫୋନରେ ଯୋଗାଯୋଗ କରିଥିଲେ। ତୁରନ୍ତ ସ୍ବସ୍ତିଦୀପ ଆଦିତ୍ୟ ଆସି ସାହିଲ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତିଙ୍କୁ ନେଇ ରକ୍ତଦାନ କରିଥିବା ମହେନ୍ଦ୍ର ପ୍ରତିକ୍ରିୟା ରଖୁଛନ୍ତି ଓ ଧନ୍ୟବାଦ ଦେଇଛନ୍ତି। ଏହି ସହଯୋଗ ସମୟରେ ସୋସିଆଲ ଏକ୍ଟିବିଷ୍ଟ୍ ଅଫ କଳାହାଣ୍ଡି ସଂଗଠନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।