ଓଡ଼ିଆ ବାର୍ତ୍ତା/ ଧର୍ମଗଡ (ଲବଣୀ ରାଉତ): ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନକୁ ନେଇ ସାରା ରାଜ୍ୟର ରାଜନୈତିକ ପାଣିପାଗ ସରଗରମ ରହିଛି। ଏହାରି ଭିତରେ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀର ଏକ ଗୁରୁତ୍ବପୂର୍ଣ୍ଣ ଆସନ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀରେ ଏବେ ସ୍ଥାନୀୟ ପ୍ରାର୍ଥୀତ୍ବକୁ ନେଇ ଚର୍ଚ୍ଚା ଆଲୋଚନା ଯୋର ଧରିଛି। ବର୍ତ୍ତମାନର ଧର୍ମଗଡ଼ ବିଧାୟକ ମୌଷଧି ବାଗ ସ୍ଥାନୀୟ ଅଞ୍ଚଳର। ଯଦି ସେ ଆଉଥରେ ଟିକଟ ପାଆନ୍ତି ତେବେ ଜିତିବାର ସମ୍ଭାବନା ରହିଛି। ଯଦି ବର୍ତ୍ତମାନର ବିଧାୟକ ଟିକଟ ନ ପାଆନ୍ତି ତେବେ ସ୍ଥାନୀୟ ଅଞ୍ଚଳର ପ୍ରାର୍ଥୀ ବିଶେଷକରି ପଛୁଆ ବର୍ଗ ପ୍ରାର୍ଥୀଙ୍କୁ ଟିକଟ ଦେଲେ ବିଜେଡ଼ିର ଗଡରକ୍ଷା ହୋଇ ପାରିବ ବୋଲି ଚା ଖଟିରେ ଚର୍ଚ୍ଚା ଚାଲିଛି। ପୂର୍ବରୁ ଏହି ନିର୍ବାଚନୀ କ୍ଷେତ୍ରରେ ବାହାରର ପ୍ରାର୍ଥୀ ଟିକଟ ପାଇ ଲଢେଇ କରୁଥିଲେ। ଗତ ନିର୍ବାଚନରେ ମୌଷଧି ବାଗ ସ୍ଥାନୀୟ ପ୍ରାର୍ଥୀ ଭାବେ ଜନତାଙ୍କ ଆସ୍ଥା ଓ ବିଶ୍ବାସର ପାତ୍ର ହୋଇଥିଲେ। ଏହି ନିର୍ବାଚନରେ ମଧ୍ୟ ଜନତା ସ୍ଥାନୀୟ ପ୍ରାର୍ଥୀତ୍ବ ଉପରେ ଗୁରୁତ୍ବ ଦେଉଥିବା ଦେଖାଯାଇଛି। ତେବେ ଦେଖାଯାଉ ଏହି ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ଦଳ କେଉଁ ରଣନୀତି ଆପଣେଉଛନ୍ତି।