ସୁବର୍ଣ୍ଣପୁର ଠାରେ ୧୦୮ ତମ ବିଜୁ ଜୟନ୍ତୀ ଓ ପଞ୍ଚାୟତି ରାଜ ଦିବସ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସୁବର୍ଣ୍ଣପୁର ସଦର ମହକୁମା ସ୍ଥିତ ବିଜୁ ପଟ୍ଟନାୟକ ଛକ ଠାରେ ସ୍ବର୍ଗତ ବିଜୁ ବାବୁଙ୍କ ୧୦୮ ତମ ଜନ୍ମ ଜୟନ୍ତୀ ଓ ପଞ୍ଚାୟତ ରାଜ ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ସୋନପୁର ପୌର ପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ, ସମ୍ମାନିତ ଅତିଥି ଭାବେ ରାଜ୍ୟ ମତ୍ସ୍ୟ ନିଗମ ପ୍ରାକ୍ତନ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ, ବିଜେଡି ଉପଦେଷ୍ଟା ନିଳାମ୍ବର ଶତପଥି, ସୋନପୁର ପୌର ପରିଷଦ ପ୍ରାକ୍ତନ ଅଧ୍ୟକ୍ଷ କଇରୁ ସ୍ବାଇଁ, ପ୍ରକାଶ ସାହୁ, ପୌର ଉପାଧ୍ୟକ୍ଷା ମଲ୍ଲିକା ଦାନୀ, ଜିଲ୍ଲା ଯୋଜନା ବୋର୍ଡ ସଦସ୍ୟ ପୀୟୁଷ ପଣ୍ଡା, ବିଜେଡ଼ି ଟାଉନ ସଭାପତି ଜନ୍ମଜୟ ପାତ୍ର, ବିଜେଡ଼ି ଆଇନ୍ ପରାମର୍ଶ ଦାତା ବାବୁଲାଲ ଦାଶ, ସୀତାରାମ ମିଶ୍ର, ଯୋଗ ଦେଇ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତିରେ ଧୂପ ଦୀପ ଓ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। କାଉନସିଲର ବାସନ୍ତୀ ମେହେର, ବନିତା ପ୍ରସାୟତ, ମୌସୁମୀ ନାଏକ, ରାଜ କିଶୋର ରାଓ, ମହିଳା ନେତ୍ରୀ ରିତାଞ୍ଜଳି ପାତ୍ର, ବିଜେଡ଼ି ବରିଷ୍ଠ ଓ ଯୁବ ନେତା ଆନନ୍ଦ ପାତ୍ର, ସୋମନାଥ ସାହୁ, ଭାସ୍କର ବାବୁ ଶ୍ରଦ୍ଧାକର ଦାଶ, ପ୍ରକାଶ ବେବର୍ତ୍ତା, ପ୍ରଭାତ ଦାନୀ, ମନୋରଞ୍ଜନ ତ୍ରୀପାଠୀ, ସିତୁନ ମିଶ୍ର, ଶାନ୍ତନୁ ବାଗ, ସିତୁ ମହାପାତ୍ର, ଗୋପାଳ ମେହେର, ବାବୁଲା ମିଶ୍ର, ପ୍ରମୁଖ ଶତାଧିକ ଦଳୀୟ ନେତୃ ମଣ୍ଡଳୀ ଯୋଗ ଦେଇ ବିଜୁ ପଟ୍ଟନାୟକ ଙ୍କ ସ୍ମୃତି ଚାରଣ ସହ ବିଜୁ ବାବୁ ଅମର ରହେ ନାରା ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.