ଆଉ ନାହାନ୍ତି ବରିଷ୍ଠ ସାମ୍ବାଦିକ ବିନୟ ରଞ୍ଜନ ପ୍ରଧାନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ର ବରିଷ୍ଠ ସାମ୍ବାଦିକ ବିନୟ ରଞ୍ଜନ ପ୍ରଧାନ ଙ୍କ ଦେହାନ୍ତ ହୋଇ ଯାଇଛି।ବୁର୍ଲା ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥା ରେ ସନ୍ଧ୍ୟା ୫ ଘ.୪୫ମି. ସମୟରେ ଦେହାନ୍ତ ହୋଇଛି। ତାଙ୍କର ଛାତି ଯନ୍ତ୍ରଣା ହେବାରୁ ପ୍ରଥମେ ସୋନପୁର ମେଡିକାଲ ଓ ପରେ ଓଡ଼ିଶା ସାମ୍ୱାଦିକ ସଙ୍ଘ ର କର୍ମକର୍ତା ଭେଟିବା ସହ ତାଙ୍କୁ ଉଚ୍ଚ ଚିକିତ୍ସା ପାଇଁ ବୁର୍ଲା ମେଡିକାଲ କୁ ନିଆଯାଇଥିଲା। କିନ୍ତୁ ଗୋଟେ ଦିନ ପରେ ସୁସ୍ଥ ଅନୁଭବ କରିବା ପରେ ଫୋନ କରି ଜଣାଇଥିଲେ କିନ୍ତୁ ପରଦିନ ପୁଣି ଅସୁସ୍ଥ ଅନୁଭବ କରିବା ସହ ପ୍ରାଣ ତ୍ୟାଗ କରିଥିଲେ। ମୃତ୍ୟୁ ସମୟରେ ତାଙ୍କର ଏକମାତ୍ର ବିଧବା ଝିଅ ଓ ନାତୁଣୀ ଉପସ୍ଥିତ ଥିଲେ। ତାଙ୍କ ବିୟୋଗ ରେ ସାମ୍ୱାଦିକ ମହଲ ରେ ଶୋକ ର ଛାୟା ଖେଳିଯାଇଛି। ସ୍ବର୍ଗତ ପ୍ରଧାନ ଦୀର୍ଘ ବର୍ଷ ହେବ ବିଭିନ୍ନ ପତ୍ର ପତ୍ରିକା ରେ ଲେଖନୀ ଚାଳନା କରି ଆସୁଥିବା ବେଳେ ସୋନପୁର ଓ ବୌଦ୍ଧ ଉଭୟ ଜିଲ୍ଲା ରେ ବେଶ ପରିଚିତ ଥିଲେ। ତାଙ୍କ ବିୟୋଗ ରେ ସାମ୍ୱାଦିକ ମହଲ ରେ ଶୋକ ର ଛାୟା ଖେଳିଯାଇଛି। ଖବର ପ୍ରସାରଣ ଓ ସମ୍ବାଦିକତା କୁ ନିଶା ଓ ପେସା ଭାବରେ ଗ୍ରହଣ କରି ଦୀର୍ଘ ଦିନ କାମ କରିଥିଲେ। ତାଙ୍କ ଶବ ସୋନପୁର ସ୍ଥିତ ଘରେ ପହଞ୍ଚିଲା ପରେ ଓଡିଶା ସାମ୍ୱାଦିକ ସଙ୍ଘର ସମସ୍ତ କର୍ମକର୍ତା ପହଞ୍ଚି ଶେଷ ଦର୍ଶନ କରିଥିଲେ ଓ ସଙ୍ଘ ପକ୍ଷରୁ ତାଙ୍କୁ ପ୍ରତି ମାସରେ ଦିଆଯାଉଥିବା ପେନସନ କୁ ତାଙ୍କ ବିଧବା ଝିଅ ଙ୍କୁ ଦିଆ ଯିବା ନେଇ ସଙ୍ଘର ସଭାପତି ଓ ସଂପାଦକ ସୂଚନା ଦେଇଥିଲେ। ତାଙ୍କର ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳ ତଥା ବିଭିନ୍ନ ମହଲରେ ଶୋକ ଖେଳି ଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.