ସରକାରୀ ମହାବିଦ୍ୟାଳୟ ବଲାଙ୍ଗିର ଠାରେ ନୂଆ-ଓ ଛାତ୍ର ବୃତ୍ତି ବିତରଣ ଉତ୍ସବ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ପ୍ରମୋଦ ସେଲମା): ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ, ବଲାଙ୍ଗିର ଠାରେ ନୂଆ-ଓ ଛାତ୍ର ବୃତ୍ତି ବିତରଣ କରାଯାଇଛି | ପୁଇଁତଲା ପଞ୍ଚାୟତ ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରଦତ୍ତ ଏ ଅର୍ଥ ରାଶିର ଉଚିତ୍ ବିନିଯୋଗ କରିବାକୁ କରିବାକୁ ପରାମର୍ଶ ଦେଇଥିଲେ | ନିଜ ଛାତ୍ର ସମୟର ପାଠ ପଢା ଓ ସମସ୍ୟାକୁ ବଖାଣିବା ସହ ଆଜିର ସମୟର ଛାତ୍ର ଜୀବନ ତୁଳନା କରି ଭଲ ମଣିଷ ହେବାକୁ କହିଥିଲେ | ଶୃଙ୍ଖଳିତ ହେବା, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଗୁରୁଜନମାନଙ୍କୁ ଉଚିତ୍ ସମ୍ମାନ ଦେବା ସହ ଭଲ ପଢ଼ି,ଭଲ ମଣିଷ ହେବା ସହ ଶିକ୍ଷାନୁଷ୍ଠାନର ଉନ୍ନତିରେ ଭାଗୀଦାର ହେବାର ସଂକଳ୍ପ କରାଇଥିଲେ | ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର୍ ଘନଶ୍ୟାମ ବେହେରା ସଭାର ଅଧ୍ୟକ୍ଷତା କରି ପ୍ରାପ୍ତ ଛାତ୍ର ବୃତ୍ତିକୁ ଉଚିତ୍ ବିନିଯୋଗ କରିବା ସହ ଶୃଙ୍ଖଳିତ ମଣିଷ ହେବାକୁ କହିଥିଲେ | ପ୍ରକାଶ ଯେ ଏହି ଛାତ୍ର ବୃତ୍ତି ଯୋଜନାରେ ଓଡ଼ିଶା ସରକାର ସ୍ନାତକ ଓ ସ୍ନାତକୋତ୍ତର ଛାତ୍ର ଛାତ୍ରୀମାନଙ୍କୁ ୯୦୦୦ ଓ ୧୦୦୦୦, ଅନୁସୂଚିତ ବର୍ଗ ଛାତ୍ର ଛାତ୍ରୀଙ୍କ ସକାଶେ ୧୦,୦୦୦ ଓ ୧୧୦୦୦ ଟଙ୍କା ଉଚ୍ଚ ଶିକ୍ଷା ପାଇଁ ସହାୟତା କରୁଛନ୍ତି |ଏ ଅନୁଷ୍ଠାନର ୩୮୭ ଜଣ ଛାତ୍ର ଛାତ୍ରୀ ଏହା ଦ୍ବାରା ଉପକୃତ ହେବେ | ନୋଡାଲ ଅଧିକାରୀ ଡ଼. ଅଶୋକ କୁମାର ମହାରଣାଙ୍କ ତତ୍ତ୍ଵାବଧାନରେ ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ |ସଭାକୁ ଡ଼. କୌତୁକ ପନ୍ଦର ସଞ୍ଚାଳନ କରିଥିଲେ | ଅଧ୍ୟାପକ ରାମଶଙ୍କର ମେହେର ଧନ୍ୟବାଦ୍ ଅର୍ପଣ କରିଥିବାବେଳେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା କର୍ମଚାରୀବୃନ୍ଦ ସାହାଯ୍ୟ ସହଯୋଗ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.