ବିଜେଡ଼ି କାର୍ଯ୍ୟାଳୟ ଜୟପାଟଣା ଠାରେ ୧୦୮ ତମ ବିଜୁ ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପ୍ରବାଦ ପୁରୁଷ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁପଟ୍ଟନାୟକଙ୍କ ୧୦୮ ତମ ଜନ୍ମ ଜୟନ୍ତି ହାସମାରୋହରେ ପାଳିତ ହୋଇଯାଇଅଛି। ଜୟପାଟଣା ବ୍ଲକ ବିଜୁ ଜନତା ଦଳ ର ସଭାପତି ମିନକେତନ ପୁଝାରୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବରେ ପୂର୍ବତନ ବିସିସିବି ସଭାପତି ରାଜେନ୍ଦ୍ର ନାରାୟଣ ସିଂହଦେଓ, ବରିଷ୍ଠ ବିଜେଡ଼ି ନେତା ସତ୍ୟନାରାୟଣ ଅଗ୍ରୱାଲ,ବିଜେଡି ବ୍ଳକ ସଭାନେତ୍ରୀ ପଙ୍କଜେନୀ ପଟ୍ଟନାୟକ, ଦୁଇ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ଦେବ ପୁଝାରୀ,ତିନି ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ପ୍ରତିନିଧି ଦିଲୀପ ରାଉତ, ପ୍ରମୁଖ ଯୋଗ ଦେଇ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ।ଏ ନେଇ ଆୟୋଜିତ କାର୍ଯ୍ୟକ୍ରମ ରେ ଆମ୍ ଆଦମୀ ପାର୍ଟି କଳାହାଣ୍ଡି ଜିଲ୍ଲାର ସଭାପତି, ସମ୍ପାଦକ ଗଣେଶ୍ୱର ନାଗ ଙ୍କ ସହିତ କର୍ମୀ ଭୁବନେଶ୍ବର ଶଙ୍ଖ ଭବନ ଠାରେ ବିଜୁ ଜନତା ଦଳ ରେ ଯୋଗ ଦେଇ ଥିବାରୁ ସମସ୍ତ ନୂତନ ଭାବରେ ଯୋଗଦେଇ ଥିବା ସଦସ୍ୟ ମାନଙ୍କୁ ଆଜି ର ସଭାରେ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଟି କୁ ବିଜୁ ଜନତା ଦଳ ଜୟପାଟଣା ବ୍ଲକ ର ଯୁବ ସଭାପତି ଅମ୍ବୁଜ ଧଙ୍ଗଡା ମାଝୀ ପରିଚାଳନା କରିଥିବା ବେଳେ ଜୟପାଟଣା ବ୍ଲକ ବିଜେଡ଼ି ସଭାପତି ମିନକେତନ ପୁଝାରୀ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.