ଲାଞ୍ଜିଗଡ଼ ବ୍ଲକ ବିଜେଡ଼ି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜନ୍ମ ଜୟନ୍ତୀ ସମାରୋହ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜନ୍ମ ଜୟନ୍ତୀ। ବିକାଶର ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି ସାରା ରାଜ୍ୟ। ପିଲାଟି ଦିନରୁ ତୁଳସୀ ଦୁଇ ପତ୍ରରୁ ବାସିବା ପରି ବିଜୁ ବାବୁ ସାରା ବିଶ୍ବରେ ଅନନ୍ୟ ପରିଚୟ ସୃଷ୍ଟି କରିପାରିଛନ୍ତି। ତେବେ ଆଜି ଏହି ଅବସରରେ ଲାଞ୍ଜିଗଡ଼ ବ୍ଳକ ମୁଖ୍ୟାଳୟ ବିଶ୍ୱନାଥପୁରଠାରେ ବ୍ଳକ ବିଜେଡି ସଭାପତି ହିମାଦ୍ରୀ ପେସନିଆଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀ, ବିଧାୟକ ପ୍ରତିନିଧି ପ୍ରଦୀପ ଘଡେଇ, ଜିଲ୍ଲା ପରିଷଦ ସଦସ୍ୟା ଅଞ୍ଜଳି ମାଝୀ, ପରୀକ୍ଷିତ ନାଏକ, ବ୍ଳକ ବିଜେଡ଼ି ସଭାନେତ୍ରୀ ସୁନିତା ଘଡେ଼ଇ, ବିଜେଡ଼ିର ବରିଷ୍ଠ କର୍ମୀ ହରିଶଙ୍କର ବୁଦ୍ଧିଆ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ପାତ୍ର ମାଝୀ, ଲାଞ୍ଜିଗଡ଼ ବ୍ଳକ ଜୋନ୍ ସଭାପତି ଚନ୍ଦ୍ର ଶେଖର ମହାପାତ୍ର, ଲୋକନାଥ ମାଝୀ, ଲାଞ୍ଜିଗଡ଼ ବ୍ଳକ ମିଡ଼ିଆ ସେଲ ସଭାପତି ଏମ୍.ଚନ୍ଦ୍ର ଶେଖର, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଟଙ୍କଧର ମାଝୀ, ସେନାପତି ନାଏକ, ବ୍ଳକ ସରପଞ୍ଚ ସଂଘ ସଭାପତି ସାନ୍ଦ୍ରୁ ମାଝୀ, ଲାଞ୍ଜିଗଡ଼ ବ୍ଳକ ବିଜେଡ଼ି ଏସସି ସେଲ ସଭାପତି ବୈଦ୍ୟନାଥ ନାଏକ, ଲାଞ୍ଜିଗଡ଼ ବ୍ଳକ ପୂର୍ବତନ ଉପାଧ୍ୟକ୍ଷା ତୁଳସୀ ନାଏକ, ବ୍ଳକ ବିଜେଡ଼ି ଯୁବ ସଭାପତି ଡିଲେଶ କୁମାର ନାଗ, ଲାଞ୍ଜିଗଡ଼ ସରପଞ୍ଚ ସରସ୍ୱତୀ ମୁଣ୍ଡା, ଲାଞ୍ଜି ପଞ୍ଚାୟତ ସରପଞ୍ଚ ଯମୁନା ମାଝୀ, ବେନଗାଁ ସରପଞ୍ଚ ପୁରାଣା ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଲାଞ୍ଜିଗଡ଼ ବ୍ଳକ ସମିତି ସଭ୍ୟ ସଂଘ ସଭାପତି ଜଗଦୀଶ ବେନିଆଁ ପରିଚାଳନା କରିଥିବା ବେଳେ ବ୍ଳକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ବିଜେଡି ପଞ୍ଚାୟତ ସଭାପତିଙ୍କ ସମେତ ବହୁ ସଂଖ୍ୟକ ବିଜେଡି କର୍ମକର୍ତ୍ତା ଉପସ୍ଥିତ ଥିଲେ। ଶେଷରେ ବ୍ଳକ ସଭାପତି ଶ୍ରୀ ପେସନିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.