ଶହେ ଏଗାର ତମ ଶିକ୍ଷା ଚେତନା ଅଭିଯାନ ବଗାଡ ଠାରେ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ଯୁଥ୍ ଅର୍ଗାନାଇଜେସନ ଆନୁକୂଲ୍ୟରେ ଧର୍ମଗଡ଼ ବ୍ଲକ ବଗାଡ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ଯାଳୟ ଠାରେ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ପ୍ରଧାନ ଶିକ୍ଷକ ବିଶ୍ବଜିତ ବେହେରଙ୍କ ସଭାପତିତ୍ୱରେ ୧୧୧ତମ ଶିକ୍ଷା ଚେତନା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ମୂଖ୍ଯ ଅତିଥି ଭାବେ ଅତିରିକ୍ତ ଉପ ଜିଲ୍ଲାପାଳ ଅଜିତ ଶବର ଯୋଗଦେଇଥିବାବେଳେ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଗଙ୍ଗାଧର ମାଝୀ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ, ମୂଖ୍ଯ ବକ୍ତା ଭାବେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ସୀମାଞ୍ଚଳ ନାଗ, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା, ସମାଜସେବୀ ଆଚାର୍ଯ୍ୟ ହ୍ରୁଷିକେଶ ମିଶ୍ର, ଅଧ୍ୟାପକ ବଙ୍କିମଚନ୍ଦ୍ର ମୁଣ୍ଡ, ସମାଜସେବୀ ସଂଜୀବ ଠାକୁର, ଶିକ୍ଷକ ପ୍ରତିଶ୍ବର ମୁଣ୍ଡ, ଶିକ୍ଷୟତ୍ରୀ ବିଣାପାଣୀ ପ୍ରଧାନୀ, ଯୁବ କବି ରଜତ ବଂଶଲ, ପ୍ରମୂଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କୁ ସମସ୍ତ ଅତିଥି ମାନଙ୍କ ଦ୍ବାରା ପୁଷ୍ପ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି ଅବସରରେ ଛାତ୍ରୀ ମାନଙ୍କ ଦ୍ବାରା ସ୍ବାଗତ ସଂଗୀତ ପରିବେଷଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଶ୍ରୀଜଗନ୍ନାଥ ସଂସ୍କୃତି, ଓଡିଆ ଭାଷା ସାହିତ୍ୟ, ଜଣା ଅଜଣା, ବିଜ୍ଞାନ, ପୁରାଣ, ତିଥି ଓ ପର୍ବପର୍ବାଣି, ଇତିହାସ, ସ୍ବାଧୀନତା ସଂଗ୍ରାମ ସମ୍ବନ୍ଧୀୟ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇ କ୍ରୁତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନୀତ ଓ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ରେ ରାଜ୍ଯ ସ୍ତରୀୟ ମୂଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଶ୍ବଜିତ ବେହେରାଙ୍କୁ ଅନୁଷ୍ଠାନ ତରଫରୁ ମାନପତ୍ର, ଟ୍ରଫି ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା। କାର୍ଯ୍ୟକ୍ରମ କୁ ସଂଗଠନ ସଂପାଦକ ଅବିନାଶ ମୁଣ୍ଡ ପରିଚାଳନା କରିଥିବା ବେଳେ ବିଚାରକ ଭାବେ ଦିପ୍ତିମୟୀ ପଣ୍ଡା ଓ ଗଣକ ଭାବେ ସକୁନ୍ତଳା ଦାସ ଦାୟିତ୍ୱ ନିର୍ବାହ କରିଥିଲେ। ଶିକ୍ଷକ ବଟ୍ଟକ୍ରୁଷ୍ଣ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜିତେନ୍ଦ୍ର ପ୍ରଧାନୀ ଧନ୍ଯବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.