ମ୍ୟାଚ ବେଳେ ମୁଣ୍ଡରେ ଲାଗିଲା ଆଘାତ; ଚାଲିଗଲା ମହିଳା ଜୁଡୋକାଙ୍କ ଜୀବନ

ଓଡ଼ିଆ ବାର୍ତ୍ତା/ କରାଚୀ: ପାକିସ୍ତାନରେ ଉଦୀୟମାନ ମହିଳା ଜୁଡୋକାଙ୍କ ମ୍ୟାଚ ଅବସରରେ ମୃତ୍ୟୁ ଘଟିଛି । ୨୦ ବର୍ଷୀୟ ଫିଜା ଶେର ଅଲୀ ୟୁଥ ଟ୍ୟାଲେଂଟ ହଂଟ ପ୍ରୋଗ୍ରାମରେ ଅଂଶଗ୍ରହଣ କରୁଥିବା ବେଳେ ଏହି ଅଘଟଣ ଘଟିଛି । ଖାଇବାର ପଖତୁନଖାର ଏହି ଜୁଡୋକୋ ୪୪ କିଗ୍ରା ବିଭାଗରେ ଅଂଶଗ୍ରହଣ କରିଥିଲେ । ମ୍ୟାଚ ବେଳେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ଏବଂ ସେ ଅଚେତ ହୋଇ ପଡିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆ ଯାଇଥିଲେ ମଧ୍ୟ ସେଠାରେ ବଂଚାଇବା ସମ୍ଭବପର ହୋଇ ନ ଥିଲା । ଏହି ଘଟଣା ଏବେ କ୍ରୀଡା ମହଲରେ ଶୋକର ବାତାବରଣ ଖେଳାଇ ଦେଇଛି । କିଛି ଦିନ ତଳେ ପାକିସ୍ତାନର ୧୭ ବର୍ଷୀୟ ମହିଳା ଟେନିସ ଖେଳାଳି ଜେନାବ ଅଲି ନକଭି ଅଭ୍ୟାସ ସେଶନ ପରେ ନିଜ ରୁମକୁ ଯାଇଥିଲେ । ସେଠାରେ ସେ ହଠାତ ଅଚେତ ହୋଇ ପଡିଥିଲେ ଏବଂ ପରେ ତାଙ୍କ ପ୍ରାଣବାୟୂ ଉଡି ଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.