କୋକସରା ବିଜେଡ଼ି ଓ ପଞ୍ଚାୟତ ସମିତି ପକ୍ଷରୁ ବିଜୁବାବୁଙ୍କ ଜନ୍ମ ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ସଦର ମହକୁମା ସ୍ଥିତ ଧାନ ମଣ୍ଡିଠାରେ ବ୍ଳକ ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜୟନ୍ତୀ ପାଳିତ ହୋଇଛି। ବ୍ଳକ ସଭାପତି ଶୁସାନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ମୌଷଧୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ବିଜୁବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପ୍ରଦାନ କରିଥିଲେ। ଏ‌ହି ଅବସରରେ ବିଧାୟକ ଶ୍ରୀବାଗ ସମେତ ଦଳୀୟ କର୍ମୀମାନେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିବା ସହ ସେମାନଙ୍କର ସ୍ବାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ। ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ତ୍ରୀନାଥ ବାଗ ଓ ଜିଲ୍ଲା ପରିଷଦ ସଭ୍ୟା ବୈଜୟନ୍ତି ପୁଝାରୀ, ଆତ୍ମା ଅଧ୍ୟକ୍ଷ ଋତୁରାଜ ମାଝୀ, ମହିଳା ସଭାନେତ୍ରୀ ଅଶୋକା ନାଏକ, ବ୍ଳକ ବିଜେଡି ସମ୍ପାଦକ ପଞ୍ଚକ ପୋଡ, ଶାମୁକା ନାଏକ, ତାପସ ରାୟ, ସୁରେଶ ଚନ୍ଦ୍ର ସାହୁ, ମହେଶ ଗୁପ୍ତା, ମହେନ୍ଦ୍ର ନେଗୀ, ଛାତ୍ର ବିଜେଡ଼ି ସଭାପତି ମାନସ ବେହରା, ପ୍ରମୋଦ ପ୍ରଧାନୀ ସମେତ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।ସେହିପରି କୋକସରା ପଞ୍ଚାୟତ ସମିତି ସଭାଗୃହ ଠାରେ ପଞ୍ଚାୟତରାଜ ଦିବସ ପାଳନ ଅବସରରେ ମୂଖ୍ୟ ଅତିଥି ଭାବେ ବ୍ଲକ ସହକାରୀ ଯନ୍ତ୍ରୀ ସର୍ବେଶ୍ଵର ପ୍ରଧାନ, ସମ୍ମାନୀତ ଅତିଥି ଭାବେ ବ୍ଲକ ହିସାବ ରକ୍ଷକ ବିନୋଦ ନାଏକ ଗୋଷ୍ଠୀ ସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶର୍ମିଲା ଛତ୍ରିଆ ସମେତ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ ବେହେରା, ସରପଞ୍ଚ, ପି ଇ ଓ, ବ୍ଲକ ର ଏମ ବି କେ, ସି ଆର୍ ପି, ଜି ଆର୍ ଏସ ଏବଂ ଅନ୍ୟାନ୍ୟ ବ୍ଲକସ୍ତରୀୟ କର୍ମଚାରୀ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.