ଗୁଣିଗାରିଡି ସନ୍ଦେହରେ ଜଣଙ୍କୁ ହତ୍ୟା, ଦୁଇ ଅଟକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡି ଅନ୍ତର୍ଗତ ଟେମରି ଗ୍ରାମ ରେ ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତ୍ର ସମୟରେ ହେମନ୍ତ ବାଗ ଓ ତା ସ୍ତ୍ରୀ ସୁନ୍ଦ୍ରିକା ବାଗ ସେ ଗାଁର ଝାଙ୍କର ସଦାନନ୍ଦ ଭୋଇକୁ ପୂଜା କାରିବା ପାଇଁ ନିଜର ଘରକୁ ଡାକି ଥିଲେ । ଶ୍ରୀ ଭୋଇ ପୂଜା କରୁଥିବା ସମୟରେ ଟାଙ୍ଗିଆ ରେ ହାଣି ହତ୍ୟା କରି ହେମନ୍ତ ବାଗ ଫେରାର ହୋଇ ଯାଇଥିଲେ। ଖବର ପାଇ ଦଶପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଦୁଇ ଜଣଙ୍କୁ ଅଟକ ରଖି ଗୋଲାମୁଣ୍ଡା ଥାନା କେସ ନମ୍ବର ୪୦ ରେ ହତ୍ୟା ମାମଲା ରୁଜୁ କରି ଆଜି ବ୍ୟବଚ୍ଛେଦ ପାଇଁ ଧର୍ମଗଡ଼ ଉପ-ଡାକ୍ତରଖାନାକୁ ପଠାଇଛି । ଅପରପକ୍ଷରେ ଆଜି ସକାଳ ସମୟରେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଜରିରାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.