ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଫାଣ୍ଡି ଅଧୀନରେ ଥିବା ଟେମରି ଗ୍ରାମ ଠାରେ ଟ୍ରାକ୍ଟର ଚାପାରେ ଡ୍ରାଇଭରର ମୃତ୍ୟୁ ଘଟିଛି । ଡ୍ରାଇଭର ଜଣକ ହେଲେ ପଣ୍ଡକୁଳ ଗ୍ରାମର କାଲେଶ୍ବର ଗୋପାଳଙ୍କ ପୁଅ ପିଙ୍କୁ ଗୋପାଳ (୨୫) । ସେ ଚଣା ବୋଝେଇ କରିବାକୁ ଟ୍ରାକ୍ଟରକୁ ବିଲକୁ ନେଉଥିବା ବେଳେ ରାସ୍ତାରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା । ଟ୍ରାକ୍ଟର ଚାପ ତଳେ ଡ୍ରାଇଭର ଚାପି ହୋଇ ରହିଯାଇଥିଲା । ଖବର ପାଇ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଦଶପୁର ଫାଣ୍ଡିକୁ ଖବର ଦେଇଥିଲେ । ଖବର ପାଇ ଗୋଳମୁଣ୍ଡା ଆଇ ଆଇ ସି ଶ୍ୱେତାପଦ୍ମା ସେଠ ସହ ଦଶପୁର ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । କିଛି ସମୟ ପରେ ଅଗ୍ନିଶମ ବିଭାଗ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ । ପରେ ଡ୍ରାଇଭରର ବାପା ମାଁଙ୍କୁ ଖବର ଦିଆଯାଇଥିଲା । ଖବର ପାଇ ମୃତକ ବାପା ମାଁ ଘଟଣା ସ୍ଥଳରେ ପହଞ୍ଚି ଉପସ୍ଥିତ ଥିବା ଥାନା ଅଧିକାରୀଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ । ଲିଖିତ ଅଭିଯୋଗ ପାଇ ଗୋଳମୁଣ୍ଡା ପୋଲିସ କେଶ ନଂ ୪୧/୨୪ରେ ଏକ ମାମଲା ରୁଜୁ କରି ଶବଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଲୟକୁ ପଠାଇଥିବା ବେଳେ ଟ୍ରାକ୍ଟରଟି ଜବତ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ। ଟ୍ରାକ୍ଟର ନଂ ଓଡ଼ି ୦୮ ଏଚ ୩୦୧୩ ହୋଇଥିବା ବେଳେ ସ୍ୱରାଜ କମ୍ପାନୀର ବୋଲି ଜଣାପଡିଛି ।