ଜଳସମ୍ପଦ ମନ୍ତ୍ରୀଙ୍କ ଅଞ୍ଚଳରେ ନିମ୍ନମାନର ଡେମ ନିର୍ମାଣ, ନିର୍ମାଣ ସ୍ଥଳରେ ଦେଖା ମିଳୁନାହିଁ ବିଭାଗୀୟ ଅଧିକାରୀ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ଚାଷ ଜମିକୁ ସରକାର ପାଣି ଯୋଗାଇ ଦେବା ପାଇଁ ଅଞ୍ଚଳର ଚାଷୀ ଓ ସାଧାରଣ ଲୋକେ ଯେପରି ପାଣି ପାଇଁ ଅସୁବିଧା ନ ହେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l ଏ ନେଇ ପ୍ରକଳ୍ପ ପାଇଁ ୩୬ ଲକ୍ଷ ୧୩ ହଜାର ୩୭୦ ଟଙ୍କା ଅନୁଦାନରେ ବିନିଯୋଗ କରି ଧରପଗଡ଼ ପଞ୍ଚାୟତ ଆମପଡ଼ା ଠାରେ ଏକ ଚେକ ଡେମ ନିର୍ମାଣ କରିବା ପାଇଁ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ଦ୍ବାରା ଏକ ଚେକ ଡେମ ନିର୍ମାଣ କରିବା ପାଇଁ ଯୋଜନା ଆରମ୍ଭ କରାଯାଇଛି l ଉକ୍ତ ଡେମ ନିର୍ମାଣ କାର୍ଯ୍ୟ ପାଇଁ ଟିଟିଲାଗଡ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ଦ୍ବାରା ଟେଣ୍ଡର ପାଇଁ ଆହ୍ଵାନ କରାଯାଇଥିଲା ପରେ ଠିକାଦାର ଜଣଙ୍କୁ ଏହି ପ୍ରକଳ୍ପ କାମ କରିବା ପାଇଁ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ସମ୍ପୃକ୍ତ ଠିକାଦାର ଓ ବିଭାଗୀୟ ଅଧିକାରୀ ଙ୍କ ମନମୁଖୀ କାରବାର ଯୋଗୁଁ ପ୍ରକଳ୍ପ କାର୍ଯ୍ୟଟି ଆଗେଇ ପାରୁନାହଁ l ଫଳରେ ଅଞ୍ଚଳବାସୀ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଉଛି l ଏହି କାର୍ଯ୍ୟ ଆରମ୍ଭ ସମୟରୁ କମ୍ପାନୀ ଯେଉଁ ଲୁହାରଡ଼ ବ୍ୟବହାର ହେବା କଥା ତାହା ନ ହୋଇ ଅତି ନିମ୍ନମାନର ଲୁହା ରଡ଼ ବ୍ୟବହାର କରାଯାଉଥୁବା ଅଭିଯୋଗ ହେଉଛି l ଏପରିକି ଏସଟିମେଟରେ କିଛି ନିର୍ଦ୍ଧିଷ୍ଟ କମ୍ପାନୀର ସିମେଣ୍ଟ ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଥିବାବେଳେ ତାହା ବ୍ୟବହାର ନ କରି ନିମ୍ନମାନର ସିମେଣ୍ଟ ବ୍ୟବହାର କରୁଥିବା ଅଭିଯୋଗ ହେଉଛି l ଏହା ସହିତ ନିର୍ମାଣ ହେଉଥିବା ଚେକ ଡେମରେ ପାଣି ଠିକ ଭାବରେ ଦେଉ ନ ଥିବାରୁ ଡେମଟି ଫାଟି ଆଁ କରିଛି । ନିମ୍ନ ମାନର କାମକୁ ନେଇ ଠିକାଦାର ଓ ବିଭାଗୀୟ ଅଧିକାରୀ ଙ୍କୁ ସ୍ଥାନୀୟ ଲୋକ ପ୍ରତିନିଧି ଅନେକ ଥର ଅଭିଯୋଗ କରିଥିଲେ ସୁଦ୍ଧା ବେଖାତିର ମନୋଭାବ ଯୋଗୁଁ ଭାବେ ବିଭାଗୀୟ ଅଧିକାରୀ ଙ୍କ ମିଳିତ ଭଗତରେ ନିମ୍ନମାନର କାର୍ଯ୍ୟ ଚାଲିଥିଲା ଅଭିଯୋଗ ହେଉଛି l ବର୍ଷା ଆରମ୍ଭ ପୂର୍ବରୁ ବିଲ କରିବା ପାଇଁ ଉଦ୍ୟମ କରୁଥିବା ସ୍ଥାନୀୟ ଲୋକ ପ୍ରତିନିଧି ଅଭିଯୋଗ କରିଛନ୍ତି । ଅନ୍ୟପଟେ ଜଳସମ୍ପଦ ମନ୍ତ୍ରୀଙ୍କ ଅଞ୍ଚଳରେ ଏହିପରି ନିମ୍ନମାନର ଚେକ ଡ୍ୟାମ ନିର୍ମାଣ ହେଉଥିବା ନେଇ ଲୋକଙ୍କ ମନରେ ନା ନା ପ୍ରକାର ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି | କାର୍ଯ୍ୟ ଆରମ୍ଭ ହେଉଥିବା ବେଳେ ତାହା ପୂର୍ବରୁ ଗାର୍ଡୱେଲ ( ବାଡ଼) ଟି ଭାଙ୍ଗି ଯାଇଛି | ଉକ୍ତ ନିର୍ମାଣ ସ୍ଥଳରେ କୋଣସି ବିଭାଗୀୟ ଅଧିକାରୀ ଙ୍କ ଦେଖା ଦର୍ଶନ ମିଳୁ ନ ନେଇ ଗୁରୁତର ଅଭିଯୋଗ ହେଉଛି l
ଏ ନେଇ ବାରମ୍ବାର ଅଭିଯୋଗ କରିଆସୁଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ ଠିକାଦାରଙ୍କୁ ଘଣ୍ଟଘୋଡାଉଥିବା ଯୋଗୁଁ ଏଭଳି ନିମ୍ନମାନର କାର୍ଯ୍ୟ ଚାଲିଛି ବୋଲି ସ୍ଥାନୀୟ ସରପଞ୍ଚ ପୁଷ୍ପାଞ୍ଜଳୀ ପଣ୍ଡା ଅଭିଯୋଗ କରିଛନ୍ତି l ଏ ସମ୍ପର୍କରେ ଏମଆଇପି ଯନ୍ତ୍ରୀ ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଫୋନ ଉଠାଇ ନ ଥିଲେ l ବିଭାଗୀୟ ଏସଡିଓ ଶ୍ରୀ ଶତପଥି ଙ୍କୁ ପଚାରିବାରୁ ମୁ ଏବେ ନୂଆ ଆସିଛି l ଏ ସମ୍ପର୍କରେ ଯନ୍ତ୍ରୀ ଙ୍କ ସହ କଥା ହୋଇ ଏହାର ଉଚିତ ପଦକ୍ଷେପ ନିଆଯିବ ବୋଲି ପ୍ରକାର କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.