ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ମହିଳାଙ୍କୁ ମାରଣାନ୍ତ ଆକ୍ରମଣ, ଅଭିଯୁକ୍ତ ଗିରଫ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସଇଁତଲା ଥାନା ପିତାମହୁଲ ଗ୍ରାମରେ ଜଣେ ଯୁବକ ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ଗାଁର ମହିଳାଙ୍କୁ ଗାଳିଗୁଲଜ କରିବା ସହ ଧରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗରେ ସଇଁତଲା ଥାନା କେସ ନଂ 93/24 ରେ ଏକ ମାମଲା ରୁଜୁ ଅଭିଯୁକ୍ତ ରାଜେଶ ପୋଢ଼ (39) ଗିରଫ କରି ସଇଁତଲା କୋର୍ଟଜୁ ଚାଲାଣ କରିଛନ୍ତି l ପ୍ରକାର ଯେ , ଆଜି ସକାଳ ସମୟରେ ପିତାମହୁଲ ଗ୍ରାମର ଅନିତା ଜୁଏଡ଼ ଓ ତାଙ୍କ ମାଆ ସହ ଶୌଚ ଯାଇ ଘରକୁ ଫେରୁଥିବା ବେଳେ ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ରାଜେଶ ଏକ ଧରୁଆ ଅସ୍ତ୍ର ଧରି ଜଗି ରହିଥିଲେ l ଅନିତା କୁ ଦେଖିଲା ପରେ ରାଜେଶ ଉତ୍ତେଜିତ ହୋଇ ଅନିତା ର ଦେହର ବିଭିନ୍ନ ସ୍ଥାନରେ ଆଘାତ କରିଥିଲେ l ଯାହା ଫଳରେ ଅନିତାଙ୍କୁ ପରିବାର ଲୋକେ ସଇଁତଲା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରିବା ପରେ ବଲାଙ୍ଗୀର ନିଆଯାଇଥିଲା ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି l ଘଟଣାକୁ ପୋଲିସ ଅଧିକ ତଦନ୍ତ ଜାରି ରଖିଛି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.