ବିଜୁ ଜୟନ୍ତୀରେ ବିଜେଡିର ମହିଳା ସମାବେଶ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ଭାରଦ୍ୱାଜ ମଣ୍ଡପ ଠାରେ ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଏକ ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି | ତେବେ ଆଜିର ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ସ୍ଥାନୀୟ ନୂତନ ବସ ଷ୍ଟାଣ୍ଡ ଠାରେ ଏକତ୍ରିତ ହୋଇ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ନୂଆପଡା ସହର ପରିକ୍ରମା କରି ଭାରଦ୍ୱାଜ ମଣ୍ଡପକୁ ଯାଇଥିଲେ | ସେଠାରେ ମହିଳା ମାନଙ୍କୁ ନେଇ ଏକ ବିଶାଳ ବୈଠକ ଅନୁଷ୍ଠିତ ହୋଇଥିଲା | ତେବେ ନୂଆପଡା ବିଧାୟକ ପ୍ରତିନିଧି ଜୟ ଢୋଲକିଆଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ମହିଳା ସମାବେଶ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ କେବିନେଟ ପାହ୍ୟା ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ଉପାଧକ୍ଷା ଦୀପିକା ଦୀପ, ଜିଲ୍ଲା ପରିଷଦ ସଭ୍ୟା ଉମା ଠାକୁର, ଜିଲ୍ଲା ପରିଷଦ ଅବନୀ ରଞ୍ଜନ ଯୋଶୀ, ମୁରଲୀ ଭୋଇ, ନୂଆପଡା ପଂଚାୟତ ସମିତି ଅଧକ୍ଷା ତାରେଶ୍ବରୀ ସାହୁ, ଉପାଧକ୍ଷ ଦିଲୀପ ନିର୍ମଲକର, ବିଜେଡି ସାଧାରଣ ସମ୍ପାଦକ କାଳିଆ ପ୍ରଧାନ, କାର୍ତ୍ତିକ ଦୀପ, ଉପ ସଭାପତି ଧନୀରାମ ସାହୁ, କ୍ଷିତୀଶ ବୋଧଙ୍କର, ଯୁବ ନେତା ସ୍ୱାଗତ ଯୋଶୀ, ନୂଆପଡା ନଗର କାଉନସିଲର ସଂଗୀତ ପାରଖ, ଥାନେସ୍ୱର ସୁନା, ଶିବାନନ୍ଦ ପାତ୍ର, ଧରମୁ ଶବର, ମଳୟ ମଣ୍ଡଳ, ଗିରିଧାରୀ ରଣା, ମହିଳା ନେତ୍ରୀ ଯାଜ୍ଞସେନୀ ମହାପାତ୍ର, ଶେଫାଳି ସେଲମା ପ୍ରମୁଖ ଉପସ୍ଥିତ ରହି ମଂଚାସୀନ ଥିଲେ | ଓଡିଶାର ମହାନ ଜନନାୟକ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜୟନ୍ତୀରେ ମହିଳା ସମାବେଶ କରିବାର ମୂଳ ଲକ୍ଷ ବିଜୁ ବାବୁ ଓଡିଶାର ସମସ୍ତ ମହିଳାଙ୍କୁ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ କରିବା ପାଇଁ ସ୍ବପ୍ନ ଦେଖିଥିଲେ କିନ୍ତୁ ଅକାଳ ବିୟୋଗ ପରେ ତାଙ୍କର ସୁପୁତ୍ରବର୍ତ୍ତମାନ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ବାପଙ୍କର ସ୍ବପ୍ନକି ମିଶନ ଶକ୍ତି, ସ୍ୱୟଂ ସହାୟକ ଗୋଷ୍ଠୀ, ମହିଳାଙ୍କୁ ବିନା ସୁଧରେ ଋଣ ପ୍ରଦାନ, ସମସ୍ତ କ୍ଷେତ୍ରରେ ଅଗ୍ରାଧିକାର, ଶତକଡା ୫୦ ଭାଗ ସରଂକ୍ଷଣ ପ୍ରଦାନ କରି ମହିଳା ମାନଙ୍କୁ ଶସକ୍ତ କରିଛନ୍ତି | ଯାହାଫଳରେ ମହିଳାମାନେ ନିଜ ଗୋଡ଼ରେ ଠିଆ ହୋଇ ଆଜି ଘରୁ ବାହାରକୁ ଆସି ସମସ୍ତ କ୍ଷେତ୍ରରେ କାର୍ଯ୍ୟ କରିପାରୁଛନ୍ତି | ତେବେ ଏଭଳି ଅଭିଭାଷଣ ରଖି ମନ୍ତ୍ରୀ ଶ୍ରୀ ଢୋଲକିଆ ଉପସ୍ଥିତ ମହିଳା ଜନସମୁଦ୍ରକୁ ସମ୍ବୋଧନ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.