ଛାତ୍ରୀଙ୍କ ସ୍ୱପ୍ନ ପୂରଣ କରିବ ସମର୍ଥ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣାସ୍ଥିତ ଶାସ୍ତ୍ରୀଜୀ ମହିଳା ମହାବିଦ୍ୟାଳୟ ଜିଲ୍ଲାରେ ନାରୀଶିକ୍ଷାକୁ ଗୁରୁତ୍ୱ ଦେଇ ବିଭିନ୍ନ ପଦକ୍ଷେପ ନେଇଥାଏ।ଛାତ୍ରୀଙ୍କୁ ଆଧୁନିକ ଶିକ୍ଷାପ୍ରଣାଳୀରେ ଗୁଣାତ୍ମକ ଶିକ୍ଷା ଦେବାର ଲକ୍ଷରଖି ମହାବିଦ୍ୟାଳୟରେ +୨ବିଜ୍ଞାନ ପଢିବାକୁ ଉଚ୍ଛୁକ କିଛି ଛାତ୍ରୀଙ୍କୁ ସଂପୂର୍ଣ୍ଣ ମାଗଣା ଆବାସିକ ଶିକ୍ଷା ଦେବାର ଯୋଜନା ରଖିଛି। ଏଥିପାଇଁ ‘ସମର୍ଥ’ ଏକ ଛାତ୍ରୀବୃତ୍ତି ପରୀକ୍ଷା  ୧୦ ମାର୍ଚ୍ଚ ୨୦୨୪ରିଖ ରବିବାର ଦିନ ୯ଟାରେ ନିଜ ମହାବିଦ୍ୟାଳୟ ପରିସରରେ ଆୟୋଜିତ କରାଯିବ। ଏଥିରେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ଦଶମ ଶ୍ରେଣୀର ଗଣିତ ଓ ବିଜ୍ଞାନ ପୁସ୍ତକରୁ ଚାଳିଶି ମାର୍କର ଶୂନ୍ୟସ୍ଥାନ ପୁରଣ କର ଆସିବ। ଏଥିରେ ଉତ୍ତୀର୍ଣ୍ଣ ହେଇଥିବା ଛାତ୍ରୀମାନେ ଚାଳିଶି ମାର୍କର ମୌଖିକ ପରୀକ୍ଷା ଦେବେ ଏଥିରେ ମଧ୍ୟ ସେହି ଦୁଇଟି ପୁସ୍ତକରୁ ପ୍ରଶ୍ନ କରାଯିବ। ଏହା ପରେ ଛାତ୍ରୀମାନେ ପାଇଥିବା ଅଙ୍କ ବା ମାର୍କ ଅନୁସାରେ ସେମାନଙ୍କ +୨ ବିଜ୍ଞାନର ଦେୟମୁକ୍ତ କରାଯିବ। ଏଥିରେ କିଛି ଆସନ ଆର୍ଥିକ ଅନଗ୍ରସର ଓ ଦୁର୍ଗମ ଅଞ୍ଚଳର ଛାତ୍ରୀମାନଙ୍କ ପାଇଁ ସଂରକ୍ଷିତ ରହିବ ବୋଲି ଅନୁଷ୍ଠାନର ପରିଚାଳନା କମିଟି ଅଧ୍ୟକ୍ଷା ନମିତା ସାହୁ ସୂଚନା ଦେଇଛନ୍ତି। +୨ ଅଧ୍ୟାକ୍ଷା ଦୀପା ସାହୁଙ୍କ ନେତୃତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ଅଧ୍ୟାପିକା ଜ୍ୟୋତିର୍ମୟୀ ବେହେରା ଉପସ୍ଥିତରହି ଉଚ୍ଛୁକ ଛାତ୍ରୀମାନେ ୯ ମାର୍ଚ୍ଚ ୨୦୨୪ ରିଖ ଦିନ ୧ଟା ସୁଦ୍ଧା ମୋ: ୯୩୪୮୫୯୦୫୪୩ରେ କଲ କରି ନିଜ ନାମ ପଞ୍ଜିକୃତ କରିନେବାକୁ ଅନୁରୋଧ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.