ମା ଡୁକୁରିବୁଢୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ମହଗାଁ ଚମ୍ପିଅନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ନିଶାଣପୁରରେ ଚାଲିଥିବା ମା ଡୁକୁରିବୁଢୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ନିଶାଣପୁର ୟଙ୍ଗ କ୍ଲବ ତରଫରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଗୋଟି ଟିମ ଯୋଗଦାନ କରିଥିଲେ । ଗତ ୨୯/୨ ରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିଲା । ଉଦ୍ଘାଟନୀ ଦିବସରେ ନିଶାଣପୁର ଓ କରଞ୍ଜା ଏକାଦଶ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ । ଏଥିରେ କରଞ୍ଜା ଏକାଦଶ ବିଜୟୀ ହୋଇଥିଲା । ଦୀର୍ଘ ୬ ଦିନ ଧରି ଅନୁଷ୍ଠିତ ହୋଇ ଆସୁଥିବା ଏହି ଟି-୧୦ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ଖେଳ ମହଗାଁ ଓ ମାଣ୍ଡେଲ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଏକ ଚିତାକର୍ଷକ ମ୍ୟାଚରେ ମହଗାଁ ବିଜୟୀ ହୋଇଥିଲା । ମାଣ୍ଡେଲ ଟସ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇ ୧୦ ଓଭରରେ ୧୪୫ ରନ କରିଥିଲା । ଜବାବରେ ମହଗାଁ ଏକାଦଶ ୭.୪ ଓଭରେ ଲକ୍ଷ୍ୟ ହାସଲ କରି ନେଇଥିଲା । ମହଗାଁ ୮ ୱିକେଟରେ ବିଜୟୀ ହୋଇ ଟୁର୍ଣ୍ଣାମେଣ୍ଟରେ ଚମ୍ପିଅନ ଦଳ ଭାବରେ ପୁରସ୍କୃତ ହୋଇଥିଲା । ଅପରାହ୍ନରେ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ବିଜେଡି ଯୁବ ନେତା ତଥା ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ଯୋଗଦାନ କରି ବିଜୟୀ ମହାଗାଁ ଏକାଦଶକୁ ଚମ୍ପିଅନ ଟ୍ରଫି ସହ ନଗଦ ୧୦,୦୦୦ ଟଙ୍କା ଓ ଉପବିଜେତା ମାଣ୍ଡେଲ ଏକାଦଶକୁ ଟ୍ରଫି ସହ ୬,୦୦୦ ଟଙ୍କା ନଗଦ ରାଶି ପ୍ରଦାନ କରିଥିଲେ । ଆଗକୁ ନିର୍ବାଚନ ଆସୁଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବ ପିଢୀଙ୍କୁ ଗୁରୁତ୍ୱ ଦେଇ କ୍ରିଡା କ୍ଷେତ୍ରରେ ଗ୍ରାମାଞ୍ଚଳର ଯୁବକ ମାନଙ୍କର ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଯୁବନେତା, ନର୍ଲା ବ୍ଲକ ଆଦିବାସୀ ସଂଘ ସଭାପତି, ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ଗାଁ ଗାଁ ବୁଲି ବିଜେଡି ସଙ୍ଗଠନକୁ ମଜବୁତ କରିବା ସହିତ ଯୁବ ପିଢୀଙ୍କ ପ୍ରିୟ ଭାଜନ ହେଉଛନ୍ତି । ଯୁବକ ମାନଙ୍କୁ ସଙ୍ଗଠିତ କରି ଗ୍ରାମାଞ୍ଚଳରେ କ୍ରିଡାର ବିକାଶ ପାଇଁ ପ୍ରାୟାସ ଜାରି ରଖିଥିବା ଦେଖିବାକୁ ମିଳୁଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.