ବିଜୁ ଜନତା ଦଳର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

କଳାହାଣ୍ଡି ଲୋକସଭାରେ ଲମ୍ବୋଦର ନିଆଲ, ନୂଆପଡା ବିଧାନସଭାରେ ରାଜେନ୍ଦ୍ର ଢୋଲକିଆ, ଧର୍ମଗଡ଼ରେ ପୁଷ୍ପେନ୍ଦ୍ର ସିଂହଦେଓ, ଜୁନାଗଡ଼ରେ ଦିବ୍ୟଶଙ୍କର ମିଶ୍ର, ଭବାନୀପାଟଣା ଲଲିତା ନାଏକ ଓ ଲାଞ୍ଜିଗଡ଼ରୁ ପ୍ରଦୀପ ଦିଶାରୀ ବିଜେଡ଼ି ପ୍ରାର୍ଥୀ 

ଓଡ଼ିଆ ବାର୍ତ୍ତା/ ନୂଆପଡା (ରାହୁଲ ବାଗ): ଆଜି ଭୁବନେଶ୍ୱରରେ ବିଜୁ ଜନତା ଦଳର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହି ପ୍ରଥମ ପର୍ଯ୍ୟାୟ ତାଲିକା ଘୋଷଣାରେ ନୂଆପଡା ବିଧାନସଭା ଆସନରୁ ରାଜେନ୍ଦ୍ର ଢୋଲକିଆଙ୍କ ଉପରେ ବିଜେଡି ଦଳ ବିଶ୍ୱାସ ପ୍ରକଟ କରିଛି। କିଛି ଦିନ ପୂର୍ବେ ମନ୍ତ୍ରୀ ଢୋଲକିଆଙ୍କ ବିରୋଧରେ ଦଳ ଜିଲ୍ଲା ସଭାପତି, ଯୁବ ସଭାପତି ଆନ୍ଦୋଳନ ଓ ଭୁବନେଶ୍ୱରରେ ବୈଠକ କରିଥିଲେ। ମନ୍ତ୍ରୀ ଢୋଲକିଆଙ୍କ ସପକ୍ଷରେ ମଧ୍ୟ ଦଳୀୟ କର୍ମୀଙ୍କ ଏକ ବିଶାଳ ସମାବେଶ ଦେଖିବାକୁ ମିଳିଥିଲା।  ବର୍ତ୍ତମାନ ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟି ରାଜେନ୍ଦ୍ର ଢୋଲକିଆଙ୍କୁ ବିଜେଡି ଟିକେଟ ମିଳିଥିବାରୁ ବିଜେଡି ଦଳରେ ହର୍ଷ ଓ ଉଲ୍ଲାସର ଲହରୀ ଖେଳି ଯାଇଛି। ସେହିପରି ଭାବେ ଖଡ଼ିଆଳ ବିଧାନସଭା ଆସନରୁ ଦୁଇ ଥର ପ୍ରାର୍ଥୀ ହୋଇଥିବା ଲମ୍ବୋଦର ନିଆଲଙ୍କୁ କଳାହାଣ୍ଡି ଲୋକସଭା ଆସନରୁ ବିଜେଡି ଟିକେଟ ମିଳିଛି। ଏହି ତାଲିକାରେ ଖଡ଼ିଆଳ ବିଧାନସଭା ଆସନ ନାଁ ନ ଥିବା ବେଳେ ଏହି କିଛି ଦିନ ତଳେ ବିଜେଡି ଶିବିରରେ ସାମିଲ ହୋଇଥିବା କଂଗ୍ରେସ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀଙ୍କୁ ବିଜେଡି ଟିକେଟ ମିଳିବ ଏକ ପ୍ରକାର ସୁନିଶ୍ଚିତ ବୋଲି କର୍ମୀଙ୍କ ମହଲରେ ଚର୍ଚ୍ଚା ଜୋର ଧରିଛି। ତେବେ ଖଡ଼ିଆଳ ଓ ନର୍ଲା ବିଧାନସଭା ଆସନକୁ ଛାଡି ଦେଲେ ବିଜେଡି ନୂଆପଡାରେ ରାଜେନ୍ଦ୍ର ଢୋଲକିଆ, ଧର୍ମଗଡ଼ରେ ପୁଷ୍ପେନ୍ଦ୍ର ସିଂ ଦେଓ, ଜୁନାଗଡ଼ରେ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଭବାନୀପାଟଣାରେ ଲଲିତା ନାଏକ, ଲାଞ୍ଜିଗଡରେ ପ୍ରଦୀପ ଦିଶାରୀ ଏବଂ କଳାହାଣ୍ଡି ଲୋକସଭା ଆସନ ପାଇଁ ବିଜେଡି ଟିକେଟ ଲମ୍ବୋଦର ନିଆଲଙ୍କୁ ମିଳିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.