ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ୱାର୍ଡ଼ ମେମ୍ବର ସଂଘ ପକ୍ଷରୁ ୱାର୍ଡ଼ ସଭ୍ୟ ସଭ୍ୟା ମାନଙ୍କ ସର୍ବନିମ୍ନ ମାସିକ ଭତ୍ତା ୬ ହଜାର ଟଙ୍କା ବୃଦ୍ଧି ସହ ୫ଗୋଟି ଦାବି ନେଇ ବୁଧବାର କୋକସରା ବିଡ଼ିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବ୍ଳକର ୨୨ଗୋଟି ପଞ୍ଚାୟତର ୱାର୍ଡ଼ ମେମ୍ବର ସମେତ ଧର୍ମଗଡ ଉପଖଣ୍ଡର ଶତାଧିକ ୱାର୍ଡ଼ ସଭ୍ୟ ସଭ୍ୟା ଏକତ୍ରିତ ହୋଇ ସ୍ଥାନୀୟ ଶିବ ମନ୍ଦିର ନିକଟରୁ ଏକ ବିରାଟ ଶୋଭାଯାତ୍ରା ବାହାରି ବ୍ଳକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ୫ଦଫା ସମ୍ବଳିତ ଏକ ଦାବିପତ୍ର କୋକସରା ବିଡ଼ିଓ ସ୍ନେହପ୍ରଭା ମାଝୀଙ୍କୁ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ। ଏହି ବିକ୍ଷୋଭ ପ୍ରଦର୍ଶନ ଓ ଦାବିପତ୍ର ପ୍ରଦାନ ସମୟରେ ବରିଷ୍ଠ କଂଗ୍ରେସ ନେତା ଦିଗାମ୍ବର ଦୁରିଆ, ସନ୍ତୋଷ କୁମାର ପାଢ଼ୀ, ରାଜେନ୍ଦ୍ର ନାଏକ ସମେତ ଉପଖଣ୍ଡ ସ୍ତରୀୟ ୱାର୍ଡ଼ ସଭ୍ୟ ସଂଘର ସଭାପତି ଭାବେ ଦିଗାମ୍ବର ବେମାଲ, ସମ୍ପାଦକ ପୁରୁଷୋତ୍ତମ ସିଂ ରାଜପୁତ, ଗୁଣନିଧି ବାଗ, ଟୁନା ବାଗ, କୁନ୍ତଳା ମଙ୍ଗରାଜ, ବିଷ୍ଣୁ ପ୍ରସାଦ ମାଝୀ, ଅଷ୍ଟମୀ ଦଣ୍ଡସେନା, ଜୟଶ୍ରୀ କଟା, ପଙ୍କଜିନି ମହାରଣା, ଡାଳିମ୍ବ ମୁଲକିଆ, ହାରାବତୀ ପୁଝାରୀ, ନିରୁପମା ବେମାଲ ସମେତ ବିଭିନ୍ନ ପଞ୍ଚାୟତରୁ ଶତାଧିକ ୱାର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ।