ପଟାଭାଡ଼ି ଅଞ୍ଚଳରୁ ନିଖୋଜ ନାବାଳକକୁ ନରସିଂହଗଡରୁ ଉଦ୍ଧାର କଲା ସୋନପୁର ପୋଲିସ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଗତକାଲି ସୋନପୁର ପଟାଭାଡ଼ି ଅଞ୍ଚଳରୁ ନିଖୋଜ ହୋଇଥିବା ଏକ ୧୩ ବର୍ଷର ବାଳକ ଜିତୁ ପୁଟେଲକୁ ସୋନପୁର ପୋଲିସ ସନ୍ଧ୍ୟା ୬ ଟାରେ ଖମ୍ବେଶ୍ୱରୀପାଲି ସ୍ଥିତ ନରସିଂହଗଡ ରେଳ ଧାରଣା ଠାରୁ ଉଦ୍ଧାର କରି ତାର ପରିବାରକୁ ହସ୍ତାନ୍ତର କରିଛି। ଖବରରୁ ପ୍ରକାଶ ଯେ ପଟାଭାଡ଼ି ସ୍ଥିତ ମାମୁଁ ଘରେ ରହି ପାଠ ପଢୁଥିବା ଉକ୍ତ ବାଳକ ଜିତୁ ତାରି ମାମୁଁ ଘର ସମ୍ପର୍କୀୟ ଛୁଆ ପିଲାଙ୍କ ସହ ସାମାନ୍ୟ ଗାଳି ଝଗଡ଼ା ହେବାରୁ ଘରୁ ଦିନ ୧୧ ଟାରେ କୁଆଡେ ପଳାଇ ଯାଇଥିବା ନେଇ ପୋଲିସରେ ଅଭିଯୋଗ ହୋଇଥିଲା। ପରେ ପୋଲିସ ତତ୍ପର ହୋଇ ତଦନ୍ତ ଆରମ୍ଭ କରିଥିଲା। ସେ ନିକଟସ୍ଥ ସୋନପୁର ରେଲୱେ ଟ୍ରାକରେ ଚାଲି ଚାଲି ଖମ୍ବେଶ୍ୱରୀ ପାଲି ନରସିଂହ ଗଡ ଯାଏ ଯାଉଥିବା ସମୟରେ ସୋନପୁର ପୋଲିସ୍ ଏଏସଆଇ ସୁଶୀଲ ବିଶିଙ୍କ ଟିମ ସାନ୍ଧ୍ୟ ପେଟ୍ରୋଲିଙ୍ଗ ବେଳେ ଉକ୍ତ ବାଳକକୁ ଉଦ୍ଧାର କରି ଥାନାକୁ ଆଣି ପରେ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲେ। ପୋଲିସର କାର୍ଯ୍ୟକୁ ସ୍ଥାନୀୟ ଲୋକେ ତଥା ବୁଦ୍ଧିଜୀବୀ ମାନେ ବେଶ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.