ଖଣ୍ଡୁଆଲ ମାଳି ଶିଖରରେ ଶେଷ ହେଲା ଖଣ୍ଡୁଆଳରାଜା ପରବ: ମାଳି ସୁରକ୍ଷା ପାଇଁ ନେଲେ ବଜ୍ର ଶପଥ

ପୁଣି ଶୁଭିଲା ଜାନ୍ ଯାଉ ଜୀବନ ଯାଉ, ଖଣ୍ଡୁଆଳ ମାଳି ବଞ୍ଚିଥାଉ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ପ୍ରାକୃତିକ ପରିବେଶର ଗନ୍ତାଘର। ସୁଉଚ୍ଚ ପାହାଡ଼, ସବୁଜ ବନ ଆଉ ମାଳ ମାଳ ଝରଣା। ଜୈବ ବିବିଧତାରେ ଭରପୁର ଖଣ୍ଡୁଆଲମାଳି ଅଞ୍ଚଳଟି କାର୍ଲାପାଟ ଅଭୟାରଣ୍ୟ ଓ ଲାଞ୍ଜିଗଡ଼ର ଏକ ଅଂଶ। ଏହି ମାଳି ସହିତ ଯୋଡ଼ିହୋଇଛି ଆଦିବାସୀ ମାନଙ୍କର ଜୀବନଜୀବିକା। ଚାହାର, କେନ୍ଦୁ, ମହୁଲ, ପଣସ, ଆମ୍ବ ଭଳି ବିଭିନ୍ନ ଚେର ମୂଳ ହାତ ପାଆନ୍ତାରେ। ଖରା ହେଉକି ଶୀତ ଝରଣା ଗୁଡିକ କେବେବି ସୁଖେନି। ବାଡି ବଗିଚାରେ ବର୍ଷ ସାରା ପରିବା ଚାଷ କରନ୍ତି ଲୋକମାନେ। ଗାଆଁର କୃଷିକ୍ଷେତ୍ର, ଜଙ୍ଗଲ, ପାହାଡ ଝରଣାକୁ ନେଇ ତାଙ୍କର ସାମୁହିକ ଜୀବନ। ନିଜସ୍ଵ ସଂସ୍କୃତି ପରମ୍ପରା ଜଙ୍ଗଲ ପାହାଡ ସହିତ ଜଡିତ। ଜଙ୍ଗଲକୁ ଛାଡ଼ି ସେମାନେ ବଞ୍ଚିପାରିବେ ନାହିଁ ବୋଲି ଗୋଟିଏ ସ୍ୱରରେ କହୁଛନ୍ତି ସେମାନେ ‘ଜାନ୍ ଯାଉ ଜୀବନ ଯାଉ, ଖଣ୍ଡୁଆଳ ମାଳି ବଞ୍ଚିଥାଉ’ ଏହି ନାରାରେ ମାର୍ଚ୍ଚ ୨୮ ଓ ୨୯ ତାରିଖ ଦୁଇଦିନ ବ୍ୟାପି ପ୍ରକମ୍ପିତ ହୋଇଥିଲା ଖଣ୍ଡୁଆଳ ମାଳି ଶିଖର। ପ୍ରକୃତିର ଆଦିମ ସନ୍ତାନମାନେ ମାଁ ମାଟିର ସୁରକ୍ଷା ପାଇଁ ଜାଗି ଉଠିଥିଲେ। ଆରାଧ୍ୟ ଦେବତା ଖଣ୍ଡୁଆଲ ବୁଢାରାଜା ଓ ମା’ ଡୁକୁରୀଙ୍କୁ ସାକ୍ଷୀ ରଖି ନିଜର ଜୀବନ ଜୀବିକା ଖଣ୍ଡୁଆଲମାଳିକୁ ସୁରକ୍ଷିତ ରଖିବାକୁ ପାଇଁ ବଜ୍ର ଶପଥ ନେଇଥିଲେ ଅଞ୍ଚଳବାସୀ। ଖଣ୍ଡୁଆଲ ବୁଢାରାଜାଙ୍କୁ ସେମାନେ ବଳିଭୋଜା ଦ୍ୱାରା ସନ୍ତୁଷ୍ଟ କରିବା ପରେ ହାହାକାର ସ୍ୱରରେ ବହୁରାଷ୍ଟ୍ରୀୟ କମ୍ପାନୀକୁ ଦେଇଥିଲେ ଚରମ ଚେତାବନୀ ଦେବ ସହ ରକ୍ତ ଚାଉଳ ଧରି ଶପଥ ନେଇଥିଲେ ଅଞ୍ଚଳବାସୀ। ସେମାନେ ହୁଙ୍କାର ଦେଇ କହିଥିଲେ ଯେ ଜୀବନ ଥିବା ପର୍ଯ୍ୟନ୍ତ ଖଣ୍ଡୁଆଳମାଳିର ସୁରକ୍ଷା ହିଁ ସେମାନଙ୍କ ଏକମାତ୍ର ନିଷ୍ପତ୍ତି। ସରକାର ଆଉ ପ୍ରଶାସନ ଯେତେ ମନାଇଲେ ବି ଖଣ୍ଡୁଆଲମାଳି ଛାଡିବୁ ନାହିଁ ବୋଲିି ମିଳିତ ଭାବେ ଆହ୍ୱାନ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆଜି ପ୍ରକୃତିର ଉପାସନା ଖଣ୍ଡୁଆଲରାଜା ପରବ ସହିତ ବହୁ ରାଷ୍ଟ୍ରୀୟ କମ୍ପାନୀର ଖଣିଖନନ ବିରୁଦ୍ଧରେ ହଜାର ହଜାର ଆଦିବାସୀଙ୍କ ମେଳି ଭଳି ଏକ ସମ୍ବନ୍ୱୟର ପର୍ବ ଉଦଯାପିତ ହୋଇଯାଇଛି। ବହୁ ଚର୍ଚ୍ଚିତ ଖଣ୍ଡୁଆଲମାଳି ଶିଖରରେ ଦୁଇଦିନ ବ୍ୟାପି ଚାଲିଥିବା ଖଣ୍ଡୁଆଳ ବୁଢ଼ାରାଜା ପରବରେ ବିଭିନ୍ନ ବିଷୟକୁ ନେଇ ଚର୍ଚ୍ଚା ହୋଇଥିଲା। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶିଳ୍ପ ପ୍ରତିଷ୍ଠା ଓ ଖଣିଖନନ ପାଇଁ ସବୁ ପ୍ରକାର କୋହଳ ନୀତି ଜାରି କରିଥିବାବେଳେ ଖଣ୍ଡୁଆଳ ମାଳିରେ ଖଣି ଖନନକୁ ତୀବ୍ର ବିରୋଧ ସହିତ ସରକାରଙ୍କ ଆଦିବାସୀ ଓ ଲୁପ୍ତପ୍ରାୟ ଆଦିମ ଜନଜାତିଙ୍କ ଜୀବନ ଜୀବିକାକୁ ବିପନ୍ନ କରିବାକୁ ତୀବ୍ର ବିରୋଧ ଜାରି କରୁଛୁ ଏବଂ ଜାରି ରହିବ ବୋଲି ଆଦିବାସୀମାନେ ଶପଥ ନେଇଥିଲେ। ୨୪୦୦ ବର୍ଗ କିଲୋମିଟରରେ ରହିଥିବା ଏହି ଖଣ୍ଡୁଆଳମାଳି ମଧ୍ୟରେ ୩୨୨ ଗୋଟି ଝରଣା, ୨୧୦ ଗୋଟି ଗାଁ ଓ କଳାହାଣ୍ଡି ଜିଲ୍ଲାର ତିନୋଟି ବ୍ଲକ ଲାଞ୍ଜିଗଡ଼, ଥୁଆମୂଳ ରାମପୁର ଓ ସଦର ବ୍ଲକର ୧୧ ଗୋଟି ପଞ୍ଚାୟତର ହଜାର ହଜାର ଆଦିବାସୀ, ଝରଣିଆ ଓ କୁଟିଆ କନ୍ଧଙ୍କ ଆସ୍ଥାର ସୂଚକ ତଥା ପରମ ଆରାଧ୍ୟ ଖଣ୍ଡୁଆଲରାଜାଙ୍କ ବାର୍ଷିକ ଉତ୍ସବ ଖଣ୍ଡୁଆଳରାଜା ପରବ ସମାପନ ହେବା ସହିତ ଏଠାରେ ଖଣିଖନନକୁ ନେଇ ତୀବ୍ର ବିରୋଧର ନମୁନା ଦେଖିବାକୁ ମିଳିଛି।

Udyog Nursery
Udyogi Nursery

ଖଣ୍ଡୁଆଲମାଳି ସୁରକ୍ଷା ସମିତି ଆହ୍ୱାନରେ ଆୟୋଜିତ ଏହି ପର୍ବରେ ଉପସ୍ଥିତଥିବା ସମସ୍ତ ସଦସ୍ୟ ତଥା ସାହାଯ୍ୟ ସହଯୋଗ ଓ ସମର୍ଥନ କରି ଆସୁଥିବା ପ୍ରଗତିଶୀଳ, ବୁଦ୍ଧିଜୀବୀ, ପରିବେଶବିତ, ଦେଶପ୍ରେମୀ, ଗଣତାନ୍ତ୍ରିକପ୍ରେମୀ, ମାନବଧିକାର କର୍ମୀ ଏବଂ ବିଭିନ୍ନ ଗଣ ସଂଗଠନ, ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଖଣ୍ଡୁଆଲମାଳି ସ୍ଥାୟୀ ସୁରକ୍ଷା କମିଟି ପକ୍ଷରୁ ଅଭିନନ୍ଦନ ଜଣାଯାଇଥିଲା। ଏଥିରେ ଓଡ଼ିଶାକୃଷକ ସଂଗଠନର ସଦସ୍ୟ ଲିଙ୍ଗରାଜ ପ୍ରଧାନ, ପ୍ରତାପ ଚିନାରା, ନାରୀନେତ୍ରୀ ଫୁଲମେ ମାଝୀ, ଖଣ୍ଡୁଆଲମାଳି ସ୍ଥାୟୀ ସୁରକ୍ଷା ସମିତି ସଭାପତି କାର୍ତ୍ତିକ ମାଝୀ, ସମ୍ପାଦକ ବ୍ରିଟିଶ କୁମାର, ଜଙ୍ଗଲୀ କୃଷ୍ଣ ଶିକକା ଲାଇ ମାଝୀ, ଦାମୋଦର ବେହେରା, ସଞ୍ଜୟ ସୁନାନୀ,ସଦସ୍ୟ ବୈଦ୍ୟନାଥ ନାଏକ, ଲୋକନାଥ ମାଝୀ , କୁଞ୍ଜ ମାଝୀ,ମାନ ମାଝୀ, ହୃଷିକେଶ ମାଝୀ, ବନ ମାଝୀ, ଦାସୀନନ୍ଦୀ ବାଲି ପ୍ରମୁଖ ଉପସ୍ଥିତରହି ନେତୃତ୍ୱ ନେଇଥିଲେ। ଏଥିରେ ଖଣ୍ଡୁଆଲମାଳିର ଲାଞ୍ଜିଗଡ଼, ଥୁଆମୂଳରାମପୁର ଓ ସଦର ବ୍ଲକର ୧୧ ଗୋଟି ପଞ୍ଚାୟତର ୨୧୦ଟି ଗାଁରୁ ହଜାର ହଜାର ଆଦିବାସୀ ପୁରୁଷ ଓ ମହିଳା ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.