‘ଏକ ତୀର ଏକ କମାନ ସବ ଆଦିବାସୀ ଏକ ସମାନ’ ନାରା ଦେଲା ଜିଲ୍ଲା ଆଦିବାସୀ ସଂଘ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ଏଵୀଟି କଂଫରେନ୍ସ ହଲରେ ନୂଆପଡା ଜିଲ୍ଲା ଆଦିବାସୀ ସଙ୍ଘ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ନୂଆପଡା ଜିଲ୍ଲା ଏକ ଅବହେଳିତ ଆଦିବାସୀ ଜାନଵସତି ଅଞ୍ଚଳ ହୋଇଥିଲେ ମଧ୍ୟ ନୂଆପଡା ଓ ଖଡ଼ିଆଳ ବିଧାନସଭା ତଥା କଳାହାଣ୍ଡି ଲୋକସଭା କ୍ଷେତ୍ରରେ ଜଣେ ହେଲେ ଆଦିବାସୀ ନେତାଙ୍କୁ ଦଳୀୟ ଟିକଟ ମିଳି ନାହିଁ | ସମସ୍ତ କ୍ଷେତ୍ରରେ ଆଦିବାସୀଙ୍କୁ ଅଣଦେଖା କରାଯାଉଥିବା ସଙ୍ଗିନୀ ଅଭିଯୋଗ ଆଣି ଜିଲ୍ଲା ଆଦିବାସୀ ସଙ୍ଘ ସରକାର ଓ ବିଭିନ୍ନ ରାଜନୈତିକ ଦଳ ବିରୁଦ୍ଧରେ ଆଗାମୀ ସାଧାରଣ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀତ୍ୱ ଦେଇ ନିର୍ବାଚନୀ ଅଧିକାର ସାବ୍ୟସ୍ତ କରିବ ବୋଲି ନିଷ୍ପତି ନେଇଛି | ଏକ ତୀର ଏକ କମାନ ସବ ଆଦିବାସୀ ଏକ ସମାନର ନାରା ଦେଇ ଜିଲ୍ଲାରେ ଦୁଇଟି ଆଦିବାସୀ ସଙ୍ଘ ଆଜି ଏକ ହୋଇଛି | ପୁରୁଣା ସମସ୍ତ ସମସ୍ୟାର ସମାଧାନ କରି ଆଗାମୀ ନିର୍ବାଚନରେ ଦଳୀୟ ଟିକେଟ ନ ମିଳିଲେ ଏକ ହୋଇ ଲଢ଼ିବାକୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ସ୍ଥିର କରିଛି | ଏହି ପରିପେକ୍ଷୀରେ ନୂତନ ସଙ୍ଘର ସଭାପତି ଭାବେ ଘାସିରାମ ମାଝୀ, ସମ୍ପାଦକ ଭାବେ ସୋମନାଥ ଖମାରି, ଉପଦେଷ୍ଟା ଭାବେ ଭାନୁ ପ୍ରତାପ ମାଝୀ ଓ ଖାମସିଂ ମାଝୀଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା | ଏହି ସମ୍ମିଳନୀରେ ଭକ୍ତ ବନ୍ଧୁ ଧରୁଆ ମଞ୍ଚ ପରିଚାଳନା କରିଥିବା ବେଳେ ହରି ମାଝୀ ଏବଂ କମଲେଶ ସିଂ ଠାକୁର ବିଶେଷ ଭାବେ ସହଯୋଗ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.