ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ଡି.ଆଇ.ଇ.ଟି ପଡିଆ ସ୍ଥିତ ଜିଲ୍ଲା ଅନ୍ତର୍ନିବେଶୀ ସାଧନ କେନ୍ଦ୍ର ଠାରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ପିଚ ଥେରାପି ଶବ୍ଦ ପ୍ରଶିକ୍ଷଣ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ ଶିବିରରେ ଅତିଥି ଭାବେ ଭବାନୀପାଟଣା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହୃଷିକେଶ ନାଏକ ଓ ସି.ଆର.ସି.ସି ବୈକୁଣ୍ଠ ବେମାଲ ଯୋଗଦାନ କରିଥିଲେ। ଶିବିରରେ ପିଜିଓଥେରାପିଷ୍ଟ ଡା.ଚନ୍ଦନ ସାହୁ, ସ୍ପେସିଆଲ ଏଡୁକେଟର ଜ୍ୟୋତିରଞ୍ଜନ ସାହୁ ସ୍ପିଚ ଥେରାପିଷ୍ଟ ସୁବଳ ସାର ତଥା ସମସ୍ତ ସ୍ବେଛାସେବୀ ଏବଂ ଭିନ୍ନକ୍ଷମ ଛାତ୍ରଛାତ୍ରୀ ପିତାମାତାଙ୍କ ସହିତ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ। ଏହି ତାଲିମର ସମସ୍ତ ଆୟୋଜନ ବ୍ଲକ ସି.ଡ଼ବ୍ଲୁ.ଏସ.ଏନ୍. କୋଡିନେଟର ରଞ୍ଜନ କୁମାର ମେହେରଙ୍କ ତତ୍ତ୍ବବଦାନରେ ହୋଇଥିଲା। ବୈକୁଣ୍ଠ ବେମାଲ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ନବୀନ ବାଗ ଧନ୍ୟବାଦ ଅର୍ପଣ କରିଥିଲେ।