ଜନତା ଚାହିଁଲେ ନିର୍ବାଚନ ମଇଦାନକୁ ଓହ୍ଲାଇବି -ମଧୁ ମହାନ୍ତି

କଳାହାଣ୍ଡିରୁ ଲୋକସଭା ଲଢ଼ିବା ନେଇ ଚର୍ଚ୍ଚା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଡିଫାଇନ୍ କଳାହାଣ୍ଡିର ପ୍ରତିଷ୍ଠାତା ସମାଜସେବୀ ମଧୁ ମହାନ୍ତି ଶନିବାର କୋକସରା ଗସ୍ତରେ ଆସି ଭୁର୍ଷାଗୁଡା ମହାଭାରତ ପଡ଼ିଆଠାରେ ଆୟୋଜିତ ଡିଫାଇନ୍ କଳାହାଣ୍ଡିର ଏକ ବୈଠକରେ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ମହାନ୍ତି ଉଦବୋଧନ ଦେଇ କହିଥିଲେ ଯେ, କଳାହାଣ୍ଡି ଜିଲ୍ଲା ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ବହୁ ଅବହେଳିତ ରହିଛି। ଯେଉଁ ମାନେ ନିର୍ବାଚିତ ହୋଇ ଏଠାରୁ ଯାଉଛନ୍ତି ଓ ନିର୍ବାଚନ ପରେ ଲୋକଙ୍କ କଥା ଭଲି ସମସ୍ୟା ଗୁଡିକକୁ ଅଣଦେଖା କରୁଛନ୍ତି ସେଭଳି ନେତାଙ୍କୁ ଉଚିତ୍ ଜବାବ୍ ଦେବାପାଇଁ ଉପସ୍ଥିତ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ଏବଂ ମୁଁ ନିର୍ବାଚନ ଲଢେ ବା ନଲଢେ ସର୍ବଦା କଳାହାଣ୍ଡିର ବିକାଶ ଏକମାତ୍ର ମୋର ଲକ୍ଷ ବୋଲି କହିଛନ୍ତି। ସ୍ବାଧୀନ ପ୍ରାର୍ଥୀ ଭାବରେ ଶ୍ରୀମହାନ୍ତି କଳାହାଣ୍ଡି ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ ବୋଲି କିଛି ଦିନହେବ ଚର୍ଚ୍ଚା ଯୋର ଧରିଛି। ଏ ବିଷୟରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରୁ ସେ କହିଛନ୍ତି – ସ୍ବାଧୀନ ପ୍ରାର୍ଥୀ ଭାବେ ନୁହେଁ ଯଦି ଜନତା ନିଷ୍ପତି ନେବେ ଓ ଆନ୍ଦୋଳିତ ହେବେ ତା’ ହେଲେ ନିର୍ବାଚନ ମଇଦାନକୁ ଓହ୍ଲାଇବି। ଏବେ ବିଭିନ୍ନ ଅଞ୍ଚଳ ଗ୍ରସ୍ତ କରୁଛି, ଦିନେ ଦୁଇ ଦିନ ଭିତରେ ମୁଁ ନିର୍ବାଚନ ଲଢିବି ନାଁ ନାହିଁ ସ୍ପଷ୍ଟ କରିବି ବୋଲି ଗଣମାଧ୍ୟମ ଆଗରେ ମତ ରଖିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.