ସପ୍ତମ ଥର ପାଇଁ ଜୟ କୁମାର ସିଂହଦେଓ ସଭାପତି ନିର୍ବାଚିତ
ଆଶିଷ କୁମାର ମିଶ୍ର ଉପସଭାପତି, ଯତିନ ସାହୁ ହେଲେ ସମ୍ପାଦକ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ଓକିଲ ସଂଘର କର୍ମ କର୍ତ୍ତା ନିର୍ବାଚନ ଫଳାଫଳ ଘୋଷଣା ସହ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଆଇନଜୀବି ଜୟ କୁମାର ସିଂହଦେଓ ସପ୍ତମ ଥର ସଭାପତି ପଦ ପାଇଁ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବେ ଆଶିଷ କୁମାର ମିଶ୍ର, ସମ୍ପାଦକ ଭାବେ ଯତିନ ସାହୁ, ସହ ସମ୍ପାଦକ ଭାବେ ଦୁର୍ଗା ପ୍ରସାଦ ମିଶ୍ର, ଯୁଗ୍ମ ସମ୍ପାଦକ ମମତା ଭୋଇ, କୋଷାଧ୍ୟକ୍ଷ ସତ୍ୟନାରାୟଣ ସାହୁ, ପରିଚାଳନା କମିଟି ସଦସ୍ୟ ବିରଞ୍ଚି ନାରାୟଣ ଶତପଥି, ସପନ କୁମାର ପଟ୍ଟନାୟକ, ପ୍ରଦୀପ କୁମାର ପ୍ରହରାଜ, ବିଜୟ କୁମାର ମହାଖୁଡ଼, ରାକେଶ କୁମାର ଶତପଥୀ ପ୍ରମୁଖ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ। ଆଜି ନିର୍ବାଚନ ଅଧିକାରୀ ପ୍ରଶାନ୍ତ କୁମାର ପଣ୍ଡା ବିଧିବଦ୍ଧ ଭାବେ ନବ ନିର୍ବାଚିତ ପ୍ରାର୍ଥୀ ମାନଙ୍କ ନାମ ଘୋଷଣା କରିବା ସହ ସେମାନଙ୍କୁ ଶପଥ ପାଠ କରାଇଥିଲେ।