ସନ୍ଧିକୁଳେର ଠାରେ ବିଜେଡିର ସଂକଳ୍ପ ସମାବେଶ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ (ହିରଣ୍ୟ ବେହେରା): ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର ସନ୍ଧିକୁଳେର ମହାଭାରତ ପଡିଆ ଠାରେ ବିଜୁ ଜନତା ଦଳର ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଧର୍ମଗଡ ବ୍ଲକ ସଭାପତି ଟିକମନ ଯାଦବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବିଜେଡ଼ିର କଳାହାଣ୍ଡି ସାଂସଦ ପ୍ରାର୍ଥୀ ଲମ୍ବୋଧର ନିଆଲ, ଧର୍ମଗଡ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂ ଦେଓ ଉପସ୍ଥିତ ରହି କର୍ମୀମାନଙ୍କୁ ଉତ୍ସାହିତ କରିବା ସହ ଗୁରୁମନ୍ତ୍ର ପ୍ରଦାନ କରିଥିଲେ।

ଏଥିରେ ଧର୍ମଗଡ ନିର୍ବାଚନ ମଣ୍ଡଳୀ ବିଜେଡ଼ି ସଭାପତି ମାନସ ରଞ୍ଜନ ବାଗ, ସମାଜ କଲ୍ୟାଣ ବୋର୍ଡ଼ ଅଧ୍ୟକ୍ଷା କଲ୍ୟାଣି ନାଏକ, ଜିଲ୍ଲା ଉପସଭାପତି ଥବିର ସାହୁ, ଜିଲ୍ଲା ସମ୍ପାଦକ ଗୈାର ଛତ୍ରିଆ, ପୂର୍ବତନ ଏନଏସି ଅଧ୍ୟକ୍ଷା ସୁଶ୍ରୀ ହୀରା ବାଗ, ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ଜୁଏଡ଼, ଗୋପୀନାଥ ମହାନନ୍ଦ ଓ ପ୍ରଣବ ଭଇଁଶାଲ, ବରିଷ୍ଠ ଆଇନଜୀବୀ ଜହରଲାଲ ବାଗ, ପର୍ଲା ସରପଞ୍ଚ ବ୍ରିଜଲାଲ ନାଏକଙ୍କ ସମେତ ଯୁବ ନେତା ଡାକେ ଲହଜଲ, ସମ୍ଭୁ ପ୍ରସାଦ ଦାସ, କିଶୋର ନାଗ, ତୁଲଶୀ ରାମ ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ।

ଧର୍ମଗଡ ନିର୍ବାଚନ ମଣ୍ଡଳୀରେ ପୁଷ୍ପେନ୍ଦ୍ର ସିଂ ଦେଓ ବିଧାୟକ ପ୍ରାର୍ଥୀ ହୋଇ ଅତି ପରିଚିତ ହୋଇଥିବା ବେଳେ ଅନେକଥର ନିର୍ବାଚିତ ହୋଇ ଓଡ଼ିଶା ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ପଦ ନିଭାଇଛନ୍ତି। ନିର୍ବାଚନ ମଣ୍ଡଳୀରେ ଅନେକ ବିକାଶ ମୂଳକ ମଧ୍ୟ କାମ କରିଛନ୍ତି।

ବିଜେଡି ସରକାର ଓଡିଶା ସର୍ବାଙ୍ଗୀନ ବିକାଶ ଗାଁ ଗଣ୍ଡା ଠାରୁ ଆରମ୍ଭ କରି ସହର ଯାଏ କରିଛନ୍ତି। ବିଭିନ୍ନ ଉନ୍ନତି ମୂଳକ କାମ ସାଙ୍ଗକୁ ସାଧାରଣ ଲୋକଙ୍କ ପାଇଁ ଅନେକ ଯୋଜନା କରି ତାଙ୍କରି ଅର୍ଥନୈତିକ ଅଭିବୃଦ୍ଧିରେ ସହାୟତା ହୋଇ ପାରିଛନ୍ତି। ପ୍ରତେକ ବିକାଶ ଓ ଯୋଜନାର ଲାଭ ଉପଲବ୍ଧିକୁ କର୍ମୀମାନେ ସାଧାରଣ ଜନତାଙ୍କ ସାମ୍ନାରେ ସହଜରେ ଉପସ୍ଥାପନ କରି ପାରିବେ ବୋଲି କର୍ମୀ ମାନଙ୍କୁ ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂ ଦେଓ ଗୁରୁମନ୍ତ୍ର ଦେଇଥିଲେ।

ସେଭଳି ସାଂସଦ ପ୍ରାର୍ଥୀ ଲମ୍ବୋଧର ନିଆଲ ନିଜ ଅଭିଭାଷଣରେ ସାରା ଓଡ଼ିଶା ବିକାଶ ଧାରାରେ ଚାଲିଛି ଏବଂ ଆଗକୁ ମଧ୍ୟ ବିକାଶ ଜାରି ରହିବ ବୋଲି କହିଥିଲେ। ଏହି ଅବସରରେ କାର୍ତ୍ତିକ ଛତ୍ରିଆ, ରଜନୀ ସରାପ, ଖିରମୋହନ ପଟେଲଙ୍କ ସମେତ ବିଜେପି, କଂଗ୍ରେସ ଓ ଆମ ଆଦମୀ ପାର୍ଟିର ଶତାଧିକ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.