କଳାହାଣ୍ଡିରେ ଲକ୍ଷ୍ୟ ୧+୭ :ଲମ୍ବୋଦର ନିଆଲ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ୨୦୨୪ ନିର୍ବାଚନକୁ ନେଇ ସରଗରମ ହୋଇ ଉଠିଛି କଳିହାଣ୍ଡିର ରାଜନୈତିକ ପାଣିପାଗ। ତିନି ପ୍ରମୁଖ ଦଳ ଆରମ୍ଭ କରିଦେଲେଣି ସମରସଜ୍ଜା। ଏହାରି ଭିତରେ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀ ଲମ୍ବୋଦର ନିଆଲ କର୍ମୀଙ୍କ ସହ ମିଶି ରଣନୀତି ପ୍ରସ୍ତୁତ କରିବାକୁ ମାରାଥନ ଗସ୍ତ କରୁଥିବା ଦେଖାଯାଇଛି। ବୁଧବାର ସେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର ସନ୍ଧିକୁଲିଆରି ଓ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ପାଷ୍ଟିକୁଡି ଠାରେ ଯୋଗଦେଇ କର୍ମୀଙ୍କ ଉତ୍ସାହକୁ ବହୁଗୁଣିତ କରିଛନ୍ତି। ପାଷ୍ଟିକୁଡି ଠାରେ ବ୍ଲକ ସଭାପତି କୁମୁଦ ବଗର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଂକଳ୍ପ ସମାବେଶରେ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀ ଲମ୍ବୋଦର ନିଆଲ, ଭବାନୀପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀ ଲଲିତା ନାଏକ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, ଜିଲ୍ଲା ପରିଷଦ ସଦସ୍ୟ ନରୋତ୍ତମ ଭାଟି, ଦୟାନିଧି ନାଏକ ଓ ସୁନିତା ଶବର ଉପସ୍ଥିତ ରହି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା ସହ ଲୋକସଭା ଓ ବିଧାନସଭାରେ ସମସ୍ତ ପ୍ରାର୍ଥୀଙ୍କୁ ଜୟଯୁକ୍ତ କରାଇବା ପାଇଁ ସଂକଳ୍ପ କରାଇଥିଲେ। ଲୋକସଭା ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ଏଥର କଳାହାଣ୍ଡି ଲୋକସଭା କ୍ଷେତ୍ରରେ ବିଜେଡ଼ିର ଲକ୍ଷ୍ୟ ୧ ଲୋକସଭା + ୭ ବିଧାନସଭା ବୋଲି ମତ ପ୍ରକାଶ କରିଥିଲେ।ଏହି ଅବସରରେ ବିଜେପି, କଂଗ୍ରେସ ଓ ଆମ୍ ଆଦମୀ ପାର୍ଟିର ୨୦୦ରୁ ଉର୍ଦ୍ଧ୍ବ କର୍ମୀ ସେମାନଙ୍କ ଦଳ ଛାଡ଼ି ବିଜେଡ଼ିରେ ସାମିଲ ହୋଇଥିଲେ।

 
                                        
 
 
        
 
 
         
 
         
 
        

