ମାଲି ସମାଜ ପକ୍ଷରୁ ବିଜେଡ଼ି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ଏହାକୁ ନେଇ ଜନସାଧାରଣଙ୍କ ଉତ୍ସୁକତା ବଢ଼ିବାରେ ଲାଗିଥିବାବେଳେ ସମସ୍ତ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତ କରି ପ୍ରାର୍ଥୀଙ୍କୁ ରଣାଙ୍ଗନକୁ ଓହ୍ଲାଇବାରେ ଲାଗିଛନ୍ତି। କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ତିନି ପ୍ରମୁଖ ଦଳ ବିଜେପି, ବିଜେଡ଼ି ଓ କଂଗ୍ରେସର ପ୍ରାର୍ଥୀ ଘୋଷଣା ହୋଇ ସାରିଛି। ବିଜେପିରୁ ମାଳବିକା କେଶରୀ ଦେଓ, ବିଜେଡିରୁ ଲମ୍ବୋଦର ନିଆଲ ଓ କଂଗ୍ରେସରୁ ଦ୍ରୌପଦୀ ମାଝୀଙ୍କୁ ଟିକେଟ ମିଳିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ତିନି ପ୍ରମୁଖ ଦଳର ପ୍ରାର୍ଥୀ ପୃଥକ ପୃଥକ ଭାବେ ବିଭିନ୍ନ ଦେବୀ ଦେବତାଙ୍କୁ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିବାସହ ଦଳୀୟ କର୍ମୀମାନଙ୍କୁ ଭେଟୁଥିବା ଦେଖାଯାଇଛି। ସେହି କ୍ରମରେ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀ ଲମ୍ବୋଦର ନିଆଲ ଗୁରୁବାର ସନ୍ଧ୍ୟାରେ ଭବାନୀପାଟଣା ପୌର ପରିଷଦର ୧୭ ନମ୍ବର ଓ୍ବାର୍ଡ ମାଲିପଡାରେ ପହଞ୍ଚିବା ପରେ ତାଙ୍କୁ ମାଲି ସମାଜ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

Udyog Nursery
Udyogi Nursery

କଳାହାଣ୍ଡି ଲୋକସଭା ବିଜେଡ଼ି ସାଂସଦ ପ୍ରାର୍ଥୀ ଲମ୍ବୋଦର ତ୍ରିନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ଠାକୁରଙ୍କ ଆଶିଷ ଭିକ୍ଷା କରିଥିଲେ। ଏହି ସମୟରେ ମାଲି ସମାଜ ସଭାପତି ନିଳମଣୀ ନାଏକଙ୍କ ସହ ନରେନ୍ଦ୍ର ନାଏକ, ଭିଷ୍ମ ନାଏକ, ନବୀନା ପୁଟେଲ, ଫକିର ପୁଟେଲଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ, ବିଜେଡ଼ିର କଳାହାଣ୍ଡି ସାଂସଦ ପ୍ରାର୍ଥୀ ଶ୍ରୀ ନିଆଲ ଗତ କିଛିଦିନ ତଳେ ଭବାନୀପାଟଣା ସ୍ଥିତ ମାଁ ମାଣିକେଶ୍ବରୀଙ୍କ ଦର୍ଶନ କରି ରଣାଙ୍ଗନକୁ ଓହ୍ଲାଇଥିଲେ। ବର୍ତ୍ତମାନ ସେ ଜିଲ୍ଲାର ଧର୍ମଗଡ଼, ଗୋଲାମୁଣ୍ଡା, କୋକସରା, ଭବାନୀପାଟଣା, କେସିଙ୍ଗା ଆଦି ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସହ ଦଳୀୟ କର୍ମୀମାନଙ୍କୁ ସାକ୍ଷାତ କରୁଛନ୍ତି। ଘୋଷିତ ହୋଇଥିବା ବିଧାୟକ ପ୍ରାର୍ଥୀ/ପ୍ରାର୍ଥୀନୀଙ୍କ ସହ ସଂକଳ୍ପ ସମାବେଶ ମଞ୍ଚରେ ମଧ୍ୟ ଉପସ୍ଥିତ ରହୁଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପି, ବିଜେଡ଼ି ଓ ଆମ୍ ଆଦମୀ ପାର୍ଟିର ଶହ ଶହ କର୍ମୀ ବିଜେଡ଼ିରେ ଯୋଗ ଦେଉଛନ୍ତି। ସେମାନଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ବାଗତ କରୁଛନ୍ତି ସଂପୃକ୍ତ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ଓ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଲମ୍ବୋଦର ନିଆଲ। ଏବେ ଜିଲ୍ଲାସାରା ଦଳୀୟ କର୍ମୀମାନଙ୍କୁ ଅଧିକ ସୁସଂଗଠିତ କରିବାରେ ଲାଗି ପଡ଼ିଛନ୍ତି କଳାହାଣ୍ଡି ବିଜେଡ଼ିର ନେତୃବୃନ୍ଦ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.