ମଶା କାମୁଡିଲେ କୁଣ୍ଡେଇ ହବାରୁ କେମିତି ପାଇବେ ଉପଶମ

  • ଏପଲ୍‌ ସାଇଡର ଭିନେଗାର ଏକ ଭଲ ପ୍ରଦାହ ବିରୋଧୀ ରୂପେ କାମ କରେ। ତୁଳାକୁ ଏହି ଭିନେଗାରରେ ଭିଜାଇ ମଶା କାମୁଡ଼ିଥିବା ସ୍ଥାନରେ ଲଗାଇଦେଲେ ମଶାକାମୁଡ଼ା ଜନିତ କୁଣ୍ଡାଇ ହେବା ଓ ଚର୍ମଫୁଲାରୁ ଆରାମ ମିଳିଥାଏ।
  • ମଶା କାମୁଡ଼ା ପାଇଁ ମହୁ ଅନ୍ୟତମ ମହୌଷଧି। ମହୁର ବୀଜାଣୁବିରୋଧୀ ଗୁଣ ମଶାକାମୁଡ଼ା ଜନିତ ସଂକ୍ରମଣ ଆଶଙ୍କାକୁ କମାଇଦେଇଥାଏ। ମଶା କାମୁଡ଼ିଥିବା ଚର୍ମ ଉପରେ ମହୁର ବହଳ ପ୍ରଲେପ କୁଣ୍ଡାଇହେବାରୁ ତୁରନ୍ତ ଉପଶମ ଆଣିଥାଏ।
  • ମଶା କାମୁଡ଼ାର ପ୍ରଭାବ କମାଇବା ଦିଗରେ ଖାଇବା ସୋ଼ଡ଼ା ମଧ୍ୟ ଏକ ଅବ୍ୟର୍ଥ ଘରୋଇ ଉପଚାର। ଅଳ୍ପ ଖାଇବା ସୋଡ଼ାରେ ଚାରି ପାଞ୍ଚ ଠୋପା ପାଣି ମିଶାଇ ଏକ ମଲମ ପ୍ରସ୍ତୁତ କରନ୍ତୁ। ତାହାକୁ ମଶାକାମୁଡ଼ା ସ୍ଥାନରେ ଲଗାଇ ୧୦ରୁ ୧୫ ମିନିଟ୍‌ ପରେ ତାହାକୁ ଧୋଇଦେଲେ ଆଉ କିଛି ଜଳାପୋଡ଼ା ଦୂର ହୋଇଯାଏ।
  • ଘିକୁଆଁରୀ  ମଧ୍ୟ ଏଥି ପାଇଁ ଏକ ଅମୋଘ ଅସ୍ତ୍ର। ଘିକୁଆଁରୀ ପତ୍ରକୁ ଭାଙ୍ଗି ତାହାର ବହଳ ରସକୁ ମଶାକାମୁଡ଼ା ସ୍ଥାନରେ ଲଗାଇଲେ ତତ୍କାଳ ଆରାମ ମିଳିଥାଏ।
  • ତୁଳସୀପତ୍ର ରସକୁ ମଶା କାମୁଡ଼ା ସ୍ଥାନରେ ଲଗାଇଲେ ତାହାର ପ୍ରଦାହବିରୋଧୀ ଗୁଣ କୁଣ୍ଡାଇହେବାକୁ କମାଇଦେବା ସହ ଚର୍ମ ଫୁଲିବାକୁ ମଧ୍ୟ ଦେବନାହିଁ।
  • ସେହିପରି ରସୁଣର ଉଭୟ ପ୍ରଦାହ ବିରୋଧୀ ଓ କବକବିରୋଧୀ ଗୁଣ ରହିଛି। କିଛି ରସୁଣ ପାଖୁଡ଼ାକୁ ବାଟି ମଲମ ସଦୃଶ ମଶାକାମୁଡ଼ା ସ୍ଥାନରେ ମାରିଲେ ତୁରନ୍ତ ଉପଶମ ମିଳିପାରିବ।

    Omkar Vasthu
    Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.