ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ସ୍ଥିତ ଅଦିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦ୍ୱିତୀୟ “ସାମ୍ବତ୍ସରିକ ଉତ୍ସବ ଆତ୍ମ ବିସ୍ତାର” ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ବରିଷ୍ଠ ଇଂରାଜୀ ପ୍ରାଧ୍ୟାପକ ଭବାନୀ ଶଙ୍କର ରାଉତ ଯୋଗ ଦେଇ ପାଠ ପଢା ସହିତ ଛାତ୍ର ଛାତ୍ରୀ ମାନଙ୍କ ଅନ୍ତର୍ନିହିତ କଳାର ବିକାଶ ଲାଗି ଉଦ୍ୟମ ଆବଶ୍ୟକ ବୋଲି ମତ ରଖିଥିଲେ। ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ବରିଷ୍ଠ ଓଡ଼ିଆ ପ୍ରାଧ୍ୟାପକ ବାସୁଦେବ ପାତ୍ର ଯୋଗ ଦେଇ ଛାତ୍ରଛାତ୍ରୀମାନେ ନିଜ ଅଞ୍ଚଳର ସଂସ୍କୃତି ସହିତ ଜଡ଼ିତ ହେବା ଉଚିତ ବୋଲି ମତ ରଖିଥିଲେ। ଅଦିତି କଲେଜର ଚେୟାରମେନ ଡଃ ଜ୍ୟୋତି ରଞ୍ଜନ ବହିଦାର ସଭାର ସଭାପତିତ୍ବ କରି ଅନଲାଇନ ନୁହେଁ ନିଜର ପିଲା ଛୁଆଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ପାଇଁ ମାଆ ମାନଙ୍କୁ ଅପ୍ ଲାଇନ୍ ହେବାକୁ ପଡିବ ବୋଲି ମତ ଦେଇଥିଲେ। ଅଧ୍ୟାପିକା ଲଭଲୀ ଶ୍ରୀ ମିଶ୍ର ସଭା ସଂଯୋଜନା କରିଥିବା ବେଳେ ଅଧ୍ୟାପକ ନିଶାନ୍ତ ମହାନ୍ତି ବାର୍ଷିକ ବୀବରଣୀ ପଠନ କରିଥିଲେ। କଲେଜ ଅଧ୍ୟକ୍ଷା ଶ୍ରୀମତି ଲିଖିତା ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ଵେଳେ ଅର୍ଥନୀତି ବିଭାଗ ଅଧ୍ୟାପିକା ଚିନ୍ମୟା ନନ୍ଦ ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଅବସରରେ କ୍ରୀଡା, ସାଂସ୍କୃତିକ ତଥା ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରଯାଇଥିଲା। ଶୁଭଶ୍ରୀ ପୃଷେଠ, ସ୍ଵଂୟ ସୌମ୍ୟା ବଡ଼ପଣ୍ଡା, ଗୁଣୀତା ସାହୁ ପ୍ରମୁଖ ଛାତ୍ର ଛାତ୍ରୀଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା। ଆର୍ଟ ଏଣ୍ଡ ପେଣ୍ଟିଂରେ ରାଜ୍ୟ ସ୍ତରୀୟ କୃତୀ ପ୍ରତିଯୋଗୀତାର ଶ୍ରେଷ୍ଠ ଛାତ୍ରୀ ପ୍ରଂଶସା ପ୍ରିୟ ଦର୍ଶିନି ଜେନା, ଯୁକ୍ତ ଦୁଇ ଟପ୍ପର ଛାତ୍ର ତିଲସ୍ମି ବାରିକ୍, ବେଷ୍ଟ ଷ୍ଟୁଡେଣ୍ଟ୍ ଭାବେ କରିନା ମହାକୁଡ଼, ଚଳିତ ବର୍ଷ ର ଶ୍ରେଷ୍ଠ କ୍ରୀଡାବିତ ଶକ୍ତି ମେହେର, ଓ ସ୍ୱାଗତିକା ଜାଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସହରର ତଥା ପାଖ ଆଖ ଅଞ୍ଚଳର ବିଭିନ୍ନ କଲେଜର ଅଧ୍ୟାପକ, ବୁଦ୍ଧିଜିବୀ, ସଚେତନ ନାଗରିକ, ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇ ଉତ୍ସବକୁ ଉପଭୋଗ କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।





